STORYMIRROR

Arjun Sahu

Inspirational

4  

Arjun Sahu

Inspirational

ସାବାସି କହିବ ଧରା

ସାବାସି କହିବ ଧରା

1 min
333

କାଉ ରାବ କରୁ ନ କରୁଣୁ

          ଶେଯ ଛାଡି ଉଠିଯିବା

ଶେଯରେ ବସିଣ ହାତ ଯୋଡି ଆମେ

           ବିଭୁ ପ୍ରାର୍ଥନା କରିବା ।।

ପ୍ରାର୍ଥନାରେ ମିଳେ ଅପାର ଆନନ୍ଦ 

           ଦିନ ହୁଏ ଶୁଭଙ୍କର 

ମାତାପିତା ପାଶେ ମିଳି ସଭକ୍ତିରେ

           ପାଦେ କରିବା ଜୁହାର ।।

ପିତାମାତାଙ୍କର ଆଶିଷ ଟିକିଏ

           ଜୀବନ କରଇ ଧନ୍ଯ 

ବିଶାଳ ବୃକ୍ଷର ଛାୟା ମାତାପିତା

           ସୁଝି ନୁହେଁ ତାଙ୍କ ଋଣ ।।

ମୁଁହ ହାତ ଧୋଇ ପଢାରେ ବସିବା

           ବିଘ୍ନପତି ନାମ ଧ୍ୟାଇ 

ଭୂଗୋଳ, ସାହିତ୍ଯ, ସଂସ୍କୃତ, ବିଞ୍ଜାନ

           ମୁଖସ୍ତ କରିବା ବସି ।।

ସମୟକୁ ସଦା ମୁଲ୍ୟବାନ ଭାବି

           ଠିକ୍ ଠାକ୍ କାମ କଲେ

ସମସ୍ତେ କହିବେ ଭଲ ପିଲା ବୋଲି

           ଗୁରୁ ଆଶୀର୍ବାଦ ଶିରେ ।।

ମା' ଯାହା ଦେବେ ସରାଗେ ଖାଇବା

           କରିବାନି କେବେ ଅଳି

ବୃକ୍ଷ ଲଗାଇବା ଯତ୍ନ ତାର ନେବା

           ସମୟରେ ପାଣି ଢାଳ ।।

ପତ୍ର,ଫୁଲ,ଫଳ,କାଠ,ଚେର,ମୂଳ

           ସବୁତ ଆମ କାମରେ

ଗହଳ ଶାଖାରେ ପକ୍ଷୀ ବାସକରେ

           କିଚିରି ମିଚିରି ସ୍ବରେ ।।

କ୍ଳାନ୍ତ ପଥିକଟି ତା ଛାୟାରେ ବସି

           କ୍ଳାନ୍ତ ହରିନିଏ ଦୂରେ 

ଅମ୍ଳଜାନ ଦେଇ ଆମକୁ ବଞ୍ଚାଏ

          ବୃକ୍ଷ ମୂଲ କିଏ ଜାଣେ ।।

କର୍ତ୍ତବ୍ଯରେ କେବେ ହେଳା କରିବାନି

          ହେଳାରେ ବୁଡିବ ଭେଳା

ବିଶ୍ବ ଭାତୃତ୍ବରେ ପରକୁ ବାନ୍ଧିବା

          ସାବାସି କହିବ ଧରା ।।


Rate this content
Log in

Similar oriya poem from Inspirational