STORYMIRROR

BISWESWAR MAJHI

Inspirational

3  

BISWESWAR MAJHI

Inspirational

ସ୍ୱୟଂସିଦ୍ଧା

ସ୍ୱୟଂସିଦ୍ଧା

1 min
306


ନାରୀ ହୀରା ଆପଣାର କର୍ମେ ସ୍ୱୟଂସିଦ୍ଧା

ସମାଜ ସଜାଡେ ସିନା ତା ପାଇଁ ଦ୍ୱିବିଧା।


ଦୁଇକୁଳ ହିତ ପାଇଁ ଜୀବନ ଉତ୍ସର୍ଗ

ନରକ ଯାତନା ମିଳେ ପ୍ରାପ୍ୟ ତା ସରଗ।


ସଭିଙ୍କୁ ନିଜର କରି ହୁଏ ସିଏ ପର

ନା ହୁଏ ପିତୃ କୁଳର ନା ପତି କୁଳର !


ପରିବାର ଦୁଃଖେ ଦୁଃଖୀ ଅସ୍ତିତ୍ବ ହରାଏ

ନାରୀ ସ୍ୱୟଂସିଦ୍ଧା ସିନା ସ୍ଵତନ୍ତ୍ର ସେ ନୋହେ।


ଅହ୍ୟ ଡେଙ୍ଗୁରା ଗୌରବ ଦେଖିପାରେ ନାହିଁ

ଛଅ ମାସ ପୁରେ ନାହିଁ ସପତୁଣୀ ଚାହିଁ।


ପୁତ୍ର କନ୍ଯା ଆପଣାର ସଂସାର ଗଢିଲେ

ମାଆ ଆଉ ଲୋଡା ନୁହେଁ କାର୍ଯ୍ୟ ନ ପଡିଲେ।


ବାଲ୍ଯ କାଳରୁ ସଂସ୍କାର ମଶାଣି ପର୍ଯ୍ୟନ୍ତ

କିଏ ଅବା ବୁଝିପାରେ ନାରୀର ମହତ।


ଦଶମାସ ଗର୍ଭ କଷ୍ଟ ସବୁଠାରୁ ଭାରି

ଅପତ୍ୟ ସ୍ୱାଧୀନ ହେଲେ ସାଜନ୍ତି ଭଗାରି।


ପୁରୁଷର କର୍ମ କରି ଛାଡେ ନାହିଁ ଚୁଲି

ବୈଧବ୍ୟ ଯନ୍ତ୍ରଣା ଭୋଗ ବାଳୁତ ସମ୍ଭାଳି।


ଭଗବାନ ସବୁ ଠାରେ ଉପସ୍ଥିତ ପାଇଁ

ମାତା ରୂପ ନେଲେ ଜାଣି ଆଶ୍ଚର୍ଯ୍ୟ କିଂପାଇଁ।


ନାରୀ ନାରାୟଣୀ କଥା ପୁସ୍ତକ ମଣ୍ଡନ

ସ୍ୱୟଂସିଦ୍ଧା ନାମ ସେ ତ ସ୍ୱୟଂ ଅସମ୍ପୂର୍ଣ୍ଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational