ସ୍ୱର୍ଗୀୟ ମିଳନ
ସ୍ୱର୍ଗୀୟ ମିଳନ
ଜାଣିଚି ମୁଁ ତୁମେ
ପବିତ୍ର ନିଷ୍ପାପ
ସ୍ନେହ ଅଧୀରା ପାଗେଳୀଟିଏ
ମୋ' ପାଇଁ ତୁମର
ଅସରା ପ୍ରେମ
ଶୁଦ୍ଧ ଶ୍ରାବଣୀ ଧାରା ଟିଏ l
ନାହିଁ ତ ସେଥିରେ
ଦେହଜ ବାସନା
ନାହିଁ କାମ କାମନାର ବିଭା
ଆମ ପ୍ରେମ ଖାଲି
ଦୁଇଟି ଆତ୍ମାର
ଶାଶ୍ବତ ରକ୍ତିମ ଆଭା l
ଦିଗ୍ ବଳୟର
ଦ୍ୱାର ସେପାରିରେ
ଆମ ସ୍ୱର୍ଗୀୟ ମିଳନ ବେଦୀ
ଶାନ୍ତ ପ୍ରବାହରେ
ବହି ଚାଲିଥାଉ
ପ୍ରେମ ଫାଲ୍ଗୁ ପ୍ଲାବିତ ନଦୀ l