STORYMIRROR

Kalandi pal

Inspirational

4  

Kalandi pal

Inspirational

ସ୍ୱର୍ଗଦ୍ୱାର

ସ୍ୱର୍ଗଦ୍ୱାର

1 min
304


ସରଗଠୁ ନୀଳାଚଳ ହେଉ ଯେତେ ଦୂର

ସରଗକୁ ସେହି ଦ୍ୱାର ତା ସ୍ୱର୍ଗ ଦୁଆର

ଏସାରା ସଂସାରେ, ଶ୍ରେଷ୍ଠ ନୀଳାଚଳେ

ନୀଳକନ୍ଦରରେ ବିଜେ, ନୀଳମଣି ମୋର।


ପୁଣ୍ୟ ମହୋଦଧି କୂଳ ପୁଣ୍ୟ ଭୂଇଁ ଯାର

ଚଉଦ ଭୁବନ କର୍ତ୍ତା ମାଲିକ ତାହାର

ସେ ପୁଣ୍ୟ ଭୂଇଁରେ, ଶବ ଗଲା ବେଳେ

କୃଷ୍ଣ ରାମ ନାମ ଶେଷ, ସମ୍ବଳ ତାହାର ।


ଶରଧା ବାଲିରୁ ତାର ମହୋଦଧି କୂଳ

ଶବ ଗଲେ ସେ ବାଲିରେ ପାପ ହୁଏ ଦୂର

ତା ବଡ଼ ଦେଉଳ, ତା ସିଂହ ଦୁଆର

କୃପା ଥିଲେ ଶେଷ ପଥ, ହୋଇବ ମୋହର ।


ଆତ୍ମା ପରମାତ୍ମାଙ୍କର ମିଳନର ସ୍ଥଳ

ଶ୍ରେଷ୍ଠ ମହୋଦଧି ତାର ଶ୍ରେଷ୍ଠ ସ୍ୱର୍ଗ ଦ୍ୱାର

ଶ୍ରେଷ୍ଠ ନୀଳାଚଳ, ଶ୍ରେଷ୍ଠ କଳେବର

ଜୀବନର ଶେଷ ପଥ, ତା ସ୍ୱର୍ଗ ଦୁଆର ।


ମାଆ କୋଳେ ଦେଖିଥିଲି ନିଆଁ ଏନ୍ତୁଡ଼ିର

ଜୀବନଟି ଅଗ୍ନି ସମ ବୁଝିଲି ଏଥର

ପ୍ରୟାଣର କାଳେ, ତାର ସ୍ୱର୍ଗ ଦ୍ୱାରେ

ଶେଷ ନିଆଁ ସଜାଇଛି ମୋ କଳାଠାକୁର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational