STORYMIRROR

Sudhashree Bhattamisra

Inspirational

4  

Sudhashree Bhattamisra

Inspirational

ସ୍ୱର୍ଗ

ସ୍ୱର୍ଗ

1 min
308

ସୁନ୍ଦର ଏକ ସ୍ବପ୍ନ ଦେଖିଥିଲି

ସ୍ବପ୍ନ ଏବେ ଜାଗ୍ରତ ପ୍ରହରରେ

ସ୍ବପ୍ନ ଆସେ କେତେବେଳେ ଚାଲିଯାଏ

ସୁପ୍ତ ଚେତନା ସବୁ ଜାଗ୍ରତ ହୁଅନ୍ତି, ଅବଚେତନରେ

ଏ ଜୀବନ ଏକ ସ୍ମୃତି ସାଗର

ରୋମନ୍ଥନ କଲେ ଖାଲି ଶାମୁକା, ମୁକ୍ତା ହିଁ ମିଳେ

ପୁଣ୍ୟପିପାସୁ ମଣିଷଟା

ପୁଣ୍ୟପାଇଁ ସ୍ବର୍ଗଗଢେ ସ୍ୱର୍ଗ ତୋଳେ

ସ୍ୱର୍ଗ ଏବେ ମାନସ ପଟର

ଅବଚେତନର, ଚେତନର

ଗଢିବାକୁ ସତତ ଚେଷ୍ଟିତ

ଜାଗ୍ରତ ମୁଁ ସତର୍କ ପ୍ରହରୀଟିଏ

ଗଢ଼ିତୋଳେ ସ୍ୱର୍ଗ

ଆଙ୍କେ ଚିତ୍ର ଅନାବନା ପୃଷ୍ଠା ପରେ

ଗଢିବାକୁ ତୋଳିବାକୁ ସ୍ୱର୍ଗ

ବିକଳ୍ପ ଏବେ ପ୍ରତିଟି ପ୍ରକଳ୍ପର

କଳ୍ପନା ଏବେ କରେ କଳ୍ପ ନେତ୍ରରେ

ପ୍ରତିଟି ଅନୁଭୂତିକି ମୁଁ ସାଉଁଟିଛି

ସ୍ମୃତିଭଳି, ଶାମୁକା ଭଳି

ସ୍ୱର୍ଗ ଗଢିବି ହିଁ ଗଢିବି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ତମେ

ତମେ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

Similar oriya poem from Inspirational