ସ୍ୱର୍ଗ
ସ୍ୱର୍ଗ
ସୁନ୍ଦର ଏକ ସ୍ବପ୍ନ ଦେଖିଥିଲି
ସ୍ବପ୍ନ ଏବେ ଜାଗ୍ରତ ପ୍ରହରରେ
ସ୍ବପ୍ନ ଆସେ କେତେବେଳେ ଚାଲିଯାଏ
ସୁପ୍ତ ଚେତନା ସବୁ ଜାଗ୍ରତ ହୁଅନ୍ତି, ଅବଚେତନରେ
ଏ ଜୀବନ ଏକ ସ୍ମୃତି ସାଗର
ରୋମନ୍ଥନ କଲେ ଖାଲି ଶାମୁକା, ମୁକ୍ତା ହିଁ ମିଳେ
ପୁଣ୍ୟପିପାସୁ ମଣିଷଟା
ପୁଣ୍ୟପାଇଁ ସ୍ବର୍ଗଗଢେ ସ୍ୱର୍ଗ ତୋଳେ
ସ୍ୱର୍ଗ ଏବେ ମାନସ ପଟର
ଅବଚେତନର, ଚେତନର
ଗଢିବାକୁ ସତତ ଚେଷ୍ଟିତ
ଜାଗ୍ରତ ମୁଁ ସତର୍କ ପ୍ରହରୀଟିଏ
ଗଢ଼ିତୋଳେ ସ୍ୱର୍ଗ
ଆଙ୍କେ ଚିତ୍ର ଅନାବନା ପୃଷ୍ଠା ପରେ
ଗଢିବାକୁ ତୋଳିବାକୁ ସ୍ୱର୍ଗ
ବିକଳ୍ପ ଏବେ ପ୍ରତିଟି ପ୍ରକଳ୍ପର
କଳ୍ପନା ଏବେ କରେ କଳ୍ପ ନେତ୍ରରେ
ପ୍ରତିଟି ଅନୁଭୂତିକି ମୁଁ ସାଉଁଟିଛି
ସ୍ମୃତିଭଳି, ଶାମୁକା ଭଳି
ସ୍ୱର୍ଗ ଗଢିବି ହିଁ ଗଢିବି l
