STORYMIRROR

Amita Dash

Tragedy Inspirational

3  

Amita Dash

Tragedy Inspirational

ସ୍ୱର୍ଗ ରଥ

ସ୍ୱର୍ଗ ରଥ

1 min
304

ଆମେ ଦୁଇ ଆମର ଦୁଇର ସପନ ନେଇ ବାହାରିଲେ ଫଟଫଟିଆରେ

ସ୍ଵାମୀ ସ୍ତ୍ରୀ ଆଉ କୁନି ଝିଅଟି ମନର 

ଖୁସି କହିଲେ ନ ସରେ 

ସକାଳ ସୂରୁଜ ଉଁଇ ଆସୁଥିଲେ ପୂରୁବ ଦିଗରେ।


ସକାଳ ପ୍ରାର୍ଥନା କରୁଥିଲେ ଚଢ଼େଇ ମାନେ କିଚିରି ମିଚିରି ଶବଦରେ।

ତାଲା ପକାଇ ବୃନ୍ଦାବତୀଙ୍କ ପାଖେ ମୁଣ୍ଡିଆ ମାରି ବାହାରିଲେ ସଭିଏଁ।

କିଏ ଜାଣିଥିଲା ଆଉ ଫେରିବେନି ନିଜର ଘରକୁ ଜୀବନ୍ତ ଅବସ୍ଥାରେ।

ପଛରୁ ଟ୍ରକ ବାଡ଼େଇ ଦେଇ ଚାଲିଗଲା ତା ବାଟରେ।


ରାସ୍ତାରେ ପଡି ଛଟପଟ ହେଉଥିଲେ ତିନିହେଁ।

କୁନି ଝିଅଟି ଗୁରୁଣ୍ଡି ଗୁରୁଣ୍ଡି ଯାଇ ବସିଥିଲା ମାଆ ପାଖେ।

ମାଆକୁ କହୁଥିଲା ଉଠି ଯା ମାଆ

 ବାପାର ରକ୍ତ ବହୁଛି ଟିକେ ପୋଛିଦେ।


ବିଚାରା ଲୋକଟା ଗଳା ଫାଡ଼ି ଫାଡି

ସାହାଯ୍ୟ ମାଗୁଥିଲା ରାସ୍ତାରେ।

କେତେ ଆଶା ନେଇ ବାହାରିଥିଲେ ସକାଳୁ ଆସିବ କୁଳପ୍ରଦୀପ ଘରେ।

କିଏ ଜାଣିଥିଲା ଏଭଳି ବିପଦ ଆସିବ ଜୀବନରେ

ମଣିଷ ଭାବେ ଭିନ୍ନେ ଦଇବ ଭାବେ ଭିନ୍ନେ।


ମାନବିକତା ଯେମିତି ଯାଇଥିଲା ହଜି

ଲୋକ ଗହଳି ଭିତରେ

ଲାଗୁଥିଲା ମାନବିକତା ବନ୍ଧା ପଡ଼ିଥିଲା କଳିର ଗୋଟେ ଖୁଣ୍ଟରେ।

ପୋଲିସ ଆସିଲେ ଯାହା କରିବ ଭାବି 

ପାଣି ମୁନ୍ଦେ କେହି ଦେଲେନି ପାଟିରେ।


ଛଟପଟ ହୋଇ ଚାଲିଗଲା ଦୁଇ ଜୀବନ 

ସାଥୀରେ ବି ଚାଲିଗଲା ଗର୍ଭସ୍ଥ ଶିଶୁର ଜୀବନ

ଅବୁଝା ଆଖିରେ ଦେଖୁଥିଲା ସବୁ ନିରିମାଖୀ କୁନି ଝିଅ।


ଆମ୍ବୁଲାନ୍ସ ବଦଳରେ ଆସିଲା ଗାଡି ମହାପ୍ରୟାଣ

ଚାଲିଲେ ସ୍ୱର୍ଗ ରଥ ଚଢି ସ୍ୱର୍ଗ ରେ ଅପେକ୍ଷା ଥିଲା ତାଙ୍କର

ଦୁଃଖ ରେ ମ୍ରିୟମାଣ ହୋଇ ସୂରୂଜ ଯାଇଥିଲେ ଲୁଚି।


ବରଷା ରାଣୀ କାନ୍ଦୁଥିଲା କଇଁ କଇଁ

ଘଡଘଡି କାନ୍ଦୁଥିଲା ବାହୁନି ବାହୁନି

ନିଷ୍ଠୁର ଦଇବ ନେଇ ଯାଏ କଞ୍ଚା ରଖଇ ପାଚିଲା 

ଦିଅଇ ଦାରୁଣ ଦୁଃଖ।


ଅଳ୍ପ କିଛି ଦିନେ ହୋଇଯିବ ସବୁ ସହଜ

ଲୋକ ଭୁଲି ଯିବେ ଘଟଣା, ଦୁର୍ଘଟଣାର ବୃତ୍ତାନ୍ତ।

ଯଦି ଆଉ ଦୁର୍ଘଟଣାର ଘଟଣା ଘଟିଲା 

ମାନବିକତା ଭୁଲି ଲୋକ କହିବେ

'ବିପଦ ଯାଗା ସତର୍କ ରୁହ'ର ମୋହର ଟଙ୍ଗେଇ ଦିଅ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy