ସ୍ୱପ୍ନରେ
ସ୍ୱପ୍ନରେ
ଭିତ୍ତି ପ୍ରସ୍ଥର ସ୍ଥାପନ କରିଛ
ସ୍ୱପ୍ନିଳ ଗୁପ୍ତ ଦେଶେ
କିପରି ଭୁଲିବ ଦେଖିଥିବା ସ୍ବପ୍ନ
ଅନ୍ତରେ କିବା ପ୍ରବାସେ.....??
ସତ୍ୟ ଅସତ୍ୟ ନୁହେଁ ହେ ସଯନୀ
ଏହିତ ସ୍ବପ୍ନ ମାୟା
ଦେଖିଦେଲା ପରେ ମିଛ ସ୍ବପ୍ନ ସବୁ
ଭୁଲି ଯାଏ ତାର ଛାୟା ।
ସତ ହୋଇଥିଲେ ଘର ବସିଥାନ୍ତା
ମିଛ ପଛେ କିଆଁ ଯିବି
ଅପରୁପା ଏକ ସ୍ବପ୍ନହୀନା ନାରୀ
ତା ହାତ ମୁହିଁ ଧରିବି ।
ହୃଦୟେ ଛାପିବି ତାହାର ଛବି
ମନ୍ଦିରେ କରିବି ଦେବୀ
ଜଘନ୍ୟ ପାପ କିମ୍ପାଇ ରଚିବି
ପ୍ରେମିକ ଟେ ଭଲ ହେବି ।
ସ୍ବପ୍ନ ଦେଖିବା ସ୍ୱାଭାବିକ କଥା
ସୟନେ ସପନ ଆସେ
ମନ ଭିତରେ ଯାହା ଖେଳୁଥାଏ
ତାହାହିଁ ଚିତ୍ରେ ଭାଷେ ।

