STORYMIRROR

Prabhanjana Tripathy

Romance

3  

Prabhanjana Tripathy

Romance

ସ୍ୱପ୍ନରେ

ସ୍ୱପ୍ନରେ

1 min
222

ଭିତ୍ତି ପ୍ରସ୍ଥର ସ୍ଥାପନ କରିଛ

ସ୍ୱପ୍ନିଳ ଗୁପ୍ତ ଦେଶେ

କିପରି ଭୁଲିବ ଦେଖିଥିବା ସ୍ବପ୍ନ

ଅନ୍ତରେ କିବା ପ୍ରବାସେ.....??


ସତ୍ୟ ଅସତ୍ୟ ନୁହେଁ ହେ ସଯନୀ

ଏହିତ ସ୍ବପ୍ନ ମାୟା

ଦେଖିଦେଲା ପରେ ମିଛ ସ୍ବପ୍ନ ସବୁ

ଭୁଲି ଯାଏ ତାର ଛାୟା ।


ସତ ହୋଇଥିଲେ ଘର ବସିଥାନ୍ତା

ମିଛ ପଛେ କିଆଁ ଯିବି

ଅପରୁପା ଏକ ସ୍ବପ୍ନହୀନା ନାରୀ

ତା ହାତ ମୁହିଁ ଧରିବି ।


ହୃଦୟେ ଛାପିବି ତାହାର ଛବି

ମନ୍ଦିରେ କରିବି ଦେବୀ

ଜଘନ୍ୟ ପାପ କିମ୍ପାଇ ରଚିବି

ପ୍ରେମିକ ଟେ ଭଲ ହେବି ।


ସ୍ବପ୍ନ ଦେଖିବା ସ୍ୱାଭାବିକ କଥା

ସୟନେ ସପନ ଆସେ

ମନ ଭିତରେ ଯାହା ଖେଳୁଥାଏ

ତାହାହିଁ ଚିତ୍ରେ ଭାଷେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance