STORYMIRROR

Sudesna Swain

Inspirational

4  

Sudesna Swain

Inspirational

ସ୍ୱପ୍ନର ସୌଦାଗର

ସ୍ୱପ୍ନର ସୌଦାଗର

1 min
166


ମୋ ସ୍ୱପ୍ନର ସୌଦାଗର ତୁମେ

ମୋ ଅଲୋଡ଼ା ପ୍ରେମର

ସାଇତା ଛବିଟେ

ଆଙ୍କିବାକୁ ତୁମ ଛବି

ମୋ ହୃଦପେ

ମନ ମୋ ସ୍ଥିର କରିଛି

ପ୍ରେମର ପ୍ରଦୀପେ ଶିଖାଟିଏ ପରି

ତୁମ ନିର୍ମଳ ହୃଦୟେ

ମୋତେ ସାଇତିଛ

ଶିଖାଟିଏ କରି ତୁମ ପ୍ରେମର ଅଧରେ

ସାଇତା ସ୍ମୃତିପରି

ପ୍ରେମର ଗହରରେ ଲୁଚେଇ ରଖିଛ

ଭୁଲି ନାହିଁ କି ଭୁଲିବି ନାହିଁ

ତୁମେ ଦେଇଥିବା ପ୍ରଥମ ଉପହାର

ରକ୍ତ କୁଶୁମର ପୁଷ୍ପଟିଏ

ସାଇତି ରଖିଛି ସାଇତି ରଖିବି

ନାଟିକା ଲିଭିବାର ଅନ୍ତଯାଏ

ତୁମ ମିଥ୍ୟାଚାର ପ୍ରତିଟି ବାର୍ତାକୁ

ସତବୋଲି ଭାବି ନେଇଛି

ପ୍ରଜ୍ୱଳିତ ଦୀପେ

କ୍ଷୁଦ୍ରପି କୀଟଟିଏ ହୋଇ

ତୁମ ବିଶ୍ଵାପେ ଝାସ ଦେଇଛି

ଝାସ ଦେଲାପରେ

ତନୁରୁ ଆତ୍ମା ଅଲଗା ହୋଇଲା

ମିଥ୍ୟା ପ୍ରଲୋଭନେ ପଡି

କେଇ ବୁନ୍ଦା ଲୁହ

ସମସ୍ତଙ୍କ ଆଗେ ନିଗାଡ଼ି ଦେଲ

ଭାବିଲନି କେବେ ଥରୁଟିଏ ବି

ମନର କୋହକୁ ମନରେ ଭରି

ତୁମ ଆଶ୍ରିତରେ ବଞ୍ଚୁଥିଲି ମୁଁ ଯେ

ଅଲୋଡ଼ା ସ୍ୱପ୍ନର ନାୟିକା ହୋଇ

ସ୍ୱପ୍ନ ନଦୀପେ ଆଶ୍ରାହୀନ ପରି

ଭାସି ଯାଉଥିଲି ପ୍ରଖର ସ୍ରୋତେ

ବିଶ୍ୱାସେ ଭରସେ ମତେ ଆଶ୍ରାଦେଲ

କେଇଟା ମୁହୂର୍ତ୍ତେ

ନିଜ ହୃଦପେ ଜାଗାଦେଲ

କେଇଟା ବରଷ ବିତିଚାଲିଲା

ସ୍ୱପ୍ନର ସୌଦାଗର ନିକଟେ

ଅନ୍ୟ ସ୍ୱପ୍ନ ନାୟିକାର

ଆବିର୍ଭାବ ହେଲା

ପ୍ରେମର ଫାସରେ ତାକୁ ଫସାଇଣ

ମୋର ପ୍ରେମର ଡୋରିକୁ

କ୍ଷୁର୍ଣ୍ଣରୂପେ ନାସ କରାଗଲା

ଭାସି ଭାସି ଗଲି

ସ୍ୱପ୍ନର ସାଗରେ

ଗଭୀର ଜଳପେ

ଶେଷ ନିଶ୍ୱାସକୁ

ସମର୍ପିଦେଇ ଆତ୍ମା ତୃପ୍ତି ପାଇଁ

ନିମଜିତ ହେଲି

ଖୁସିରେ ଖୁସିରେ ଝାସ ଦେଲି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational