ସ୍ୱପ୍ନର ସୌଦାଗର
ସ୍ୱପ୍ନର ସୌଦାଗର
ମୋ ସ୍ୱପ୍ନର ସୌଦାଗର ତୁମେ
ମୋ ଅଲୋଡ଼ା ପ୍ରେମର
ସାଇତା ଛବିଟେ
ଆଙ୍କିବାକୁ ତୁମ ଛବି
ମୋ ହୃଦପେ
ମନ ମୋ ସ୍ଥିର କରିଛି
ପ୍ରେମର ପ୍ରଦୀପେ ଶିଖାଟିଏ ପରି
ତୁମ ନିର୍ମଳ ହୃଦୟେ
ମୋତେ ସାଇତିଛ
ଶିଖାଟିଏ କରି ତୁମ ପ୍ରେମର ଅଧରେ
ସାଇତା ସ୍ମୃତିପରି
ପ୍ରେମର ଗହରରେ ଲୁଚେଇ ରଖିଛ
ଭୁଲି ନାହିଁ କି ଭୁଲିବି ନାହିଁ
ତୁମେ ଦେଇଥିବା ପ୍ରଥମ ଉପହାର
ରକ୍ତ କୁଶୁମର ପୁଷ୍ପଟିଏ
ସାଇତି ରଖିଛି ସାଇତି ରଖିବି
ନାଟିକା ଲିଭିବାର ଅନ୍ତଯାଏ
ତୁମ ମିଥ୍ୟାଚାର ପ୍ରତିଟି ବାର୍ତାକୁ
ସତବୋଲି ଭାବି ନେଇଛି
ପ୍ରଜ୍ୱଳିତ ଦୀପେ
କ୍ଷୁଦ୍ରପି କୀଟଟିଏ ହୋଇ
ତୁମ ବିଶ୍ଵାପେ ଝାସ ଦେଇଛି
ଝାସ ଦେଲାପରେ
ତନୁରୁ ଆତ୍ମା ଅଲଗା ହୋଇଲା
ମିଥ୍ୟା ପ୍ରଲୋଭନେ ପଡି
କେଇ ବୁନ୍ଦା ଲୁହ
ସମସ୍ତଙ୍କ ଆଗେ ନିଗାଡ଼ି ଦେଲ
ଭାବିଲନି କେବେ ଥରୁଟିଏ ବି
ମନର କୋହକୁ ମନରେ ଭରି
ତୁମ ଆଶ୍ରିତରେ ବଞ୍ଚୁଥିଲି ମୁଁ ଯେ
ଅଲୋଡ଼ା ସ୍ୱପ୍ନର ନାୟିକା ହୋଇ
ସ୍ୱପ୍ନ ନଦୀପେ ଆଶ୍ରାହୀନ ପରି
ଭାସି ଯାଉଥିଲି ପ୍ରଖର ସ୍ରୋତେ
ବିଶ୍ୱାସେ ଭରସେ ମତେ ଆଶ୍ରାଦେଲ
କେଇଟା ମୁହୂର୍ତ୍ତେ
ନିଜ ହୃଦପେ ଜାଗାଦେଲ
କେଇଟା ବରଷ ବିତିଚାଲିଲା
ସ୍ୱପ୍ନର ସୌଦାଗର ନିକଟେ
ଅନ୍ୟ ସ୍ୱପ୍ନ ନାୟିକାର
ଆବିର୍ଭାବ ହେଲା
ପ୍ରେମର ଫାସରେ ତାକୁ ଫସାଇଣ
ମୋର ପ୍ରେମର ଡୋରିକୁ
କ୍ଷୁର୍ଣ୍ଣରୂପେ ନାସ କରାଗଲା
ଭାସି ଭାସି ଗଲି
ସ୍ୱପ୍ନର ସାଗରେ
ଗଭୀର ଜଳପେ
ଶେଷ ନିଶ୍ୱାସକୁ
ସମର୍ପିଦେଇ ଆତ୍ମା ତୃପ୍ତି ପାଇଁ
ନିମଜିତ ହେଲି
ଖୁସିରେ ଖୁସିରେ ଝାସ ଦେଲି ।