STORYMIRROR

Jayashree Maharana

Romance

3  

Jayashree Maharana

Romance

ସ୍ୱପ୍ନର ମହଲ

ସ୍ୱପ୍ନର ମହଲ

1 min
144

କଲେଜର ସେଇ ପ୍ରଥମ ଦିନରେ

ଆଖି ମୋର ଗଲା ଲାଖି

ଚୁପ୍ ଚାପ୍ ଏକ ସୁନ୍ଦରୀ ଝିଅକୁ

ଦେଇଥିଲି ଯେବେ ଦେଖି ।


କାହିଁକି କେଜାଣି ହୃଦୟ ସ୍ପନ୍ଦନ

ବଢିଗଲା କିଛିକ୍ଷଣ

ମନ କହିଥିଲା ଝିଅ ନୁହେଁ ସିଏ

ମନ ଆକାଶର ଜହ୍ନ ।


କଣେଇ କଣେଇ ଚାହୁଁଥିଲି ନିତି

ନଜର ତା' ଗଲା ପଡି

ଲାଜେଇ ଲତା ସେ ଝାଉଁଳି ଟିକିଏ

ହୃଦେ ଘର ଦେଲା ଗଢି ।


ଇସାରାରେ ସିଏ ହୋଇଗଲା ବନ୍ଦୀ

ପ୍ରୀତିଫୁଲ ଗଲା ଫୁଟି

ସେଇ ସୁବାସରେ ମୋ ଖିଆଲି ମନ

ଯାଇଥିଲା କାହିଁ ଲୋଟି ।


ପ୍ରେମର ରଙ୍ଗରେ ରଙ୍ଗୀନ ହୋଇ ମୁଁ

ଉଡୁଥିଲି ଉଲ୍ଲାସରେ

ସତରେ କି ଯାଦୁ ଭରି ରହିଥିଲା

ତା'ର ପ୍ରୀତି ମହକରେ ।


 ଭିଜୁଥିଲି ମୁହିଁ ସେ ବି ଭିଜୁଥିଲା

ବଢୁଥିଲା ଆମ ପ୍ରୀତି

ଦୁହିଙ୍କ ହୃଦୟେ ବସା ବାନ୍ଧୁଥିଲା

ଅଜାଣତେ ମିଠା ସ୍ମୃତି ।


ସ୍ୱପ୍ନର ମହଲ ଗଢ଼ିଦେଲୁ ଦୁହେଁ

ପୀରତିର ପଥ ଧାରେ

ଭରିଦେଇ ରଙ୍ଗ ଆଜି ବି ରହିଛୁ

ଦୁହିଁଙ୍କର ହୃଦୟରେ ।


Rate this content
Log in

Similar oriya poem from Romance