ସ୍ୱପ୍ନର ଅଙ୍କୁରୋଦଗମ
ସ୍ୱପ୍ନର ଅଙ୍କୁରୋଦଗମ
ଆଖି ପଲକରେ ବସେଇ ତୋତେ
କେତେ ଗେଲ ସବୁ କରନ୍ତି ସତେ ।
କୁନି କୁନି ଛୋଟ ପଲକ ପରେ
ଭରି ଦେଉ ନିଜକୁ ତୁ ଯତ୍ନରେ ।
ପ୍ରଜାପତି ଦେଖି କୁରୁଳି ଉଠି
ହାତ ବଢ଼େଇ ତାକୁ ଧରିବାକୁ
ଆଗେଇ ଆସୁ ତୁ ଦୌଡ଼ି ଆଗକୁ ।
ନ ଧରି ପାରି ଶୁଖାଉ ମନକୁ
ଗାଈ କି କୁକୁର ବିଲେଇ ଦେଖି
ଖୁସି ହୋଇ ତୁ ରହୁ ନିରେଖି ।
ପାରା କାଉ ଆଉ ବଗକୁ ଦେଖୁ
ବନ୍ଦ ପଲକରେ ସବୁ ତୁ ଶିଖୁ ।
ଫୁଲ ଦେଖି ଭାବୁ ଫୁଲ ହେବାକୁ
ନିଜ ବାସ୍ନାରେ ଦୁନିଆ ଭରିବାକୁ ।
କଢ଼ି ପରି ଛୋଟ ହୋଇ ଯାଉ ବେଳେ
ହସି ବଗିଚାରେ ମହକିବାକୁ
ଛୋଟିଆ ହାତରେ କେତେ ସପନ
କେତେ ଆଡେ ଧାଏଁ ଛୋଟିଆ ମନ ।
କିଏ ତୋ ପାଇଁ ନୁହେଁରେ ପର
ଛୋଟ ଶିଶୁ ତୋ ସବୁଠୁ ନିଜର ।
ଜାଣେନା ସେ କିଛି ଛନ୍ଦ କପଟ
ତା ପାଇଁ ନିଜର ସବୁ କିଛିତ ।
ତୁ ତାକୁ କେତେ ଖୁସି ଦେଇଥାଉ
ତା ଆଖିରେ ରହି ସବୁ ଦେଖୁଥାଉ ।
ନୂଆ ଡୁନିଆକୁ ଗଢ଼ିବା ପାଇଁ
ନୂଆ ଆଶା ଧରି ଆସୁ ତୁ ଧାଇଁ ।
ଅ ଆ ପଢ଼ି ଶିକ୍ଷାକୁ ଲଭି
ଜଗତ ଜିତାଟେ ସାଜିବା ପାଇଁ ।
କଅଁଳ ଆଖିରେ ତୁ ବସି ରହୁ
କଅଁଳ ଭବିଷ୍ୟ କଥାଟି ଭାବୁ ।
ଛୋଟ ପିଲାର ସପନ କଥା
ବୁଝି ପାରନ୍ତିନି ବୁଦ୍ଧିଆ ସବୁ ।
