STORYMIRROR

Prabhanjana Tripathy

Romance

3  

Prabhanjana Tripathy

Romance

ସ୍ୱପ୍ନା

ସ୍ୱପ୍ନା

1 min
412

ସ୍ବପ୍ନ ସୁନ୍ଦରି'ସେ ସ୍ୱପ୍ନରେ ଆସି 

ହାତ' ଧରି ଧରି ନିଏ   

ସପନ ଦେଖାଇ ବାଟ ବଣା କରି 

ଆଧାବାଟେ ଛାଡିଯାଏ  ll


ଜୀବନ ବିକଳ କରଇ କାମିନୀ 

କାମ ଡୋରେ ଦେଇ ଛନ୍ଦି  

କୃପଣି କପଟୀ କମାଙ୍ଗି ନାୟିକା 

ହୃଦୟେ କମାନା ବିନ୍ଧି   ll


ଲେଲିହାନ୍ ତାର ପାଖୁଡା ଅଧରେ 

ଦନ୍ତପନ୍ଥୀ ଦିଏ ଦାବି  

ସତେ ସେଇ ରୂପ ବିଭୋର କରଇ 

ମୃତ୍ୟୁ ସମ ପୀଡା ଭାବି"   ll


କଟିଭଙ୍ଗା ଚାଲି ଦେହ ଯାଏ ହଲି 

ମାତାଲ ହସ୍ତୀନି ଭଳି  

ସହଶ୍ର କନ୍ଦର୍ପ ମରି ପୋଡ଼ିଥାନ୍ତେ 

ତାରି ଯୌବନେ ଜଳି  ll


କୁମ୍ଭ ଯୋଡି ତାର ବକ୍ଷଯ ସୁନ୍ଦର 

ଗଳେ ଝୁଲେ ମତୀ ହାର  

ଧନ୍ୟ ସେ ନାୟିକା ଆତ୍ମା ବିଭରୋଇ 

କ୍ଷଣେଚିନ୍ତି ଦିଏ ଜ୍ୱର  ll


ନିତ୍ୟ ଆସ ସଖି ଦେବି ମୁଁ ନିରେଖି 

ନ ଛୁଇଁ ଗାଗର ଭାର  

ଯୁବା ଯୌବନ ସତେ ଜଉବନ 

ହୁଏ ଭାବରେ ବିଭୋର   ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance