STORYMIRROR

Indira Mishra

Abstract

3  

Indira Mishra

Abstract

ସ୍ୱପ୍ନ

ସ୍ୱପ୍ନ

1 min
249

ସ୍ୱପ୍ନ ଯଦି ବାସ୍ତବ ଜୀବନର ଲୁକ୍କାୟିତ ଅପୂର୍ଣ୍ଣ କାମନା ହୁଏ...

ତେବେ ତନ୍ଦ୍ରାର କାଁଉରି କାଠି ସମ୍ମୋହିତ କରେ ପ୍ରୀୟାର ସ୍ୱପ୍ନସିକ୍ତ ଆଖିକୁ...

ଭଲ ପାଇବାର ସୁନ୍ଦର ସ୍ୱପ୍ନ ଭିତରେ ହଜିଜିବାକୁ,....

ଯାହା ସତ୍ୟ ନୁହେଁ ଭ୍ରମ... ସମ୍ମୋହନ.... ତନ୍ଦ୍ରାଛନ୍ନ ମାୟାର ଜୀବନ..

କ୍ରୁର ସତ୍ୟତାର ତିରସ୍କାର...

ଉପହାସ ନା ଅସହାୟ ବିପର୍ୟ୍ଯସ୍ତ ଭଗ୍ନ ଦର୍ପଣର ତିକ୍ତ ବିକୃତ ପ୍ରତିଛବି...

ତୁମେ. ଜୀବନ ଯନ୍ତ୍ରଣାରୁ ମୁକ୍ତିର ପଥ ଖୋଜିଲକି ପ୍ରିୟତମ...

ସ୍ୱପ୍ନ ସ୍ୱପ୍ନ ହୋଇ ତନ୍ଦ୍ରା ସାଥେ ମୋ ଶରୀରେ ମିଶିଯିବ ସତେ...

ଡୁବିଯିବ ମୋର ଆତ୍ମା ଶତ ପ୍ରବଂଚନାର ରୁପନେଇ ଧୀରେ ଧୀରେ ଆଲିଙ୍ଗନ କରି ମୋର ଚେତନା ବାସନା ହୃଦୟ କୁ..

ଆଶକ୍ତିରେ ଭରିଦେଇ ଏ ମନକୁ....

ସହସ୍ର ଚୁମ୍ବନରେ ସ୍ୱପ୍ନ ତୁମେ ସତ୍ୟ...

ଭଗ୍ନ ବିଳାପିତ ହୃଦୟର ନଗ୍ନ ଛବି..

ମୋ ଆଖିର ପଲକରେ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract