STORYMIRROR

Dharmaraj Majhi

Abstract

2  

Dharmaraj Majhi

Abstract

ସ୍ୱପ୍ନ

ସ୍ୱପ୍ନ

1 min
130

ମୁଁ ସ୍ବପ୍ନ,


ସତ ଆଉ ମାେ ଭିତରେ

ସଂଘର୍ଷର ଏକ ଉଛୁଳା ନଈ 

ଅଗ୍ନିପଥ ଅଛି ସଂଗ୍ରାମର

ଅଛି ପ୍ରୟାସର ବିସ୍ତୀର୍ଣ୍ଣ ରଣ ଭୂଈ


ସ୍ୱପ୍ନ ଦେଖିଲେ ତ

ଖାଲି ହୁଏ ନା ସାକାର

ମୁଁ ଚାହେଁ ଅଙ୍ଗୀକାର 

ମୁଁ ଚକଟା ମାଟି

କଣ୍ଢେଇ ହେବି କେମିତି

ନ ଦେଲେ ତହିଁରେ ଆକାର


ସଂଘର୍ଷ କରିବାକୁ ହେବ ତମାମ ରାତି

ଡିବିରି କୁ ଉତ୍ତରା ପବନ ସହ

ଲୁହକୁ ବନ୍ଧା ପକାଇ ପୁଣି କୋହ


ତୁମେ କଣ ଭାବୁଛ 

ଦୀପ ସ୍ବପ୍ନ ନେଇ,

 ସଲିତାରେ ଜଳେ

ନିଜେ ବି ଜଳେ ତିଳ ତିଳ ହୋଇ

ଛାତିକୁ ପଥର କରି 

ନିଜକୁ ନି8ସ୍ୱ କରି 


ହରେଇବାକୁ

ଘମାଘୋଟ ଅମା ଅନ୍ଧlର

ଲୋଡା ପେଟେ କିରୋସିନ ଡିବିରିରେ

ଉଧାର ତେଲ ଦୀପରେ

ଆଉ ଭୋକିଲା ପେଟ ରାତିରେ

ଦି' ପାପୁଲି ଙ୍କୁ କରିବାକୁ ପଡ଼େ

ମେଘନାଦ ପ୍ରାଚୀର


ଆଲୋକିତ ହୁଏ ଚାରିପାଶ

ଆଖିର ଲେଲିହାନ ଶିଖାରେ

ଝଲସୁ ଥାଏ ସେ ସ୍ୱପ୍ନ

ହିରାଟିଏ ପରି

ମୋତିଟିଏ ପରି

ମଣିଟିଏ ପରି,

ଅନ୍ଧାର ହି ହଟିଯାଏ 

ଆପେ ଆପେ


ରାହା ଦେଖାଏ

କାଳି କାଗଜର  

ଉତ୍କଣ୍ଠା ମନର ଆଶାର

କ୍ଷୁଧା ଲଭିବାର 

ଜଳି ଉଠୁ ମନେ ଅଙ୍ଗୀକାର

ଖାଲି ଅଙ୍ଗୀକାର


ନିଜ ପଥ 

ନିଜେ ହିଁ 

ତିଆରି କରେ ନଈ

ମୁହାଣ ଖାଲି ସ୍ୱପ୍ନ ତାର 

ବାଧା ବିଘ୍ନ ମାନେ ନା 

ବହିଯାଏ ସ୍ୱପ୍ନ ଥାଏ ମିଳନର


 ମୋତେ ଲୋଡା ଗୋଟିଏ

 ଭିଜା ଭିଜା ସ୍ୱପ୍ନର ଋତୁ,

ମାେ ସ୍ୱପ୍ନର ଲାଳିମାରେ ନିରୁଦ୍ଦୃଷ୍ଟ

ଏକ ବଳକା ଆୟୁଷ


ବାସ୍,

ମୁଁ,

ତୁମର ହେଲି ଭାବ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract