STORYMIRROR

Er.Sasanka Sekhar Panda

Romance

2  

Er.Sasanka Sekhar Panda

Romance

ସ୍ୱପ୍ନ

ସ୍ୱପ୍ନ

1 min
119

ସାଗର ବେଳାରେ ନିଇତି ଖୋଜୁଛି 

ପ୍ରିତୀଭରା ସେଇ ଦିନ

ଅମାନିଆ ଢେଉ ବାରମ୍ବାର ଉଠି

ଭାଙ୍ଗିଦିଏ ସବୁ ସ୍ୱପ୍ନ, 

ହୃଦୟ ଦୁଆର ମୁକୁଳା ପଡ଼ିଛି 

ଆସିବା ପଥକୁ ଚାହିଁ

ଟୋପା ଟୋପା ଲୁହ ପିଇ ଯାଏ ଓଠ

ଜିଇବାର ଆଶା ପାଇଁ, 

ଜୀବନ କାହାଣୀ ରକତେ ଲେଖୁଛି

ବିଷାଦରେ ବୋଳା ମନ

ସାଗର ବେଳାରେ ନିଇତି ଖୋଜୁଛି 

ପ୍ରିତୀଭରା ସେଇ ଦିନ

ଦୂର ଉପବନୁ ସଞ୍ଜ ନଇଁ ଆସେ 

ବହଳ ଅନ୍ଧାର ନେଇ

ଦଳ ଦଳ ପକ୍ଷୀ ନୀଡ଼ ଆଗମନେ

ଉଡ଼ିଲେଣି ସାଥୀ ହୋଇ, 

ଛାଇ ଆଲୁଅରେ ଚୋରା ବାଲି ପରେ

ହଜିଲା ପାଦର ଚିହ୍ନ

ସାଗର ବେଳାରେ ନିଇତି ଖୋଜୁଛି 

ପ୍ରିତୀଭରା ସେଇ ଦିନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance