STORYMIRROR

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ସ୍ୱନକ୍ଷତ୍ର ଦିବସ

ସ୍ୱନକ୍ଷତ୍ର ଦିବସ

1 min
213


ସୃଷ୍ଟିର ଉନ୍ମେଷ ହୁଏ ଯେଉଁ ଦିନ 

   ପ୍ରକାଶ ସତ୍ତା ଜୀବନ 

ଶୁଭ ଲଗ୍ନ ଅଟେ  ଜନ୍ମ ସ୍ୱନକ୍ଷତ୍ର 

    ଉତ୍ସବ ମୁଖର ଦିନ ।

ଉତ୍ପତ୍ତି ସ୍ଥିତିର  ଉତ୍ତମ ସମୀକ୍ଷା

    ସୁଚିନ୍ତିତ ଅନୁଧ୍ୟାନ

ଭବିଷ୍ୟତ ପନ୍ଥା ଲକ୍ଷ୍ୟ ସୁମହତ

   କର୍ମ ଉଚିତ କାରଣ ।

ହେଉ ବ୍ୟକ୍ତି ଗୋଷ୍ଠୀ ସମାଜ ବିଶେଷ

   ଅନୁଷ୍ଠାନ ସାରସ୍ୱତ

ସ୍ୱକର୍ତ୍ତବ୍ୟ ନୀତି ଆଦର୍ଶ ପାଳନ

   କଲ୍ୟାଣ ମଙ୍ଗଳ ହିତ ।

ନିଷ୍ଠାପର ଭାବେ ମହତ ଉଦ୍ଦେଶ୍ୟେ

   ହୁଏ ଯିଏ ଅଗ୍ରସର

ଲିପିବଦ୍ଧ ହୁଏ  ସ୍ୱର୍ଣାଭ ଅକ୍ଷରେ

   କୀରତି ଯଶ ତାହାର ।

ମଙ୍ଗଳ କାମନା କରିଥାନ୍ତି ସର୍ବେ

  ଶୁଭେ ଜୟ ଜୟ କାର

ଚିରନ୍ତନ ସତ୍ୟ ସୃଷ୍ଟି ସାରସ୍ୱତ

  ଅମ୍ଳାନ ଚୀର ଭାସ୍ୱର ।

ଶୁଭ ଅବସର ଆଜି ସ୍ୱନକ୍ଷତ୍ର

  ଶୁଭେଚ୍ଛା ଅଭିନନ୍ଦନ

ଉଜ୍ଜ୍ବଳ ଉଦ୍ଦୀପ୍ତ ହେଉ ଶୁଭଙ୍କର

  ବିକଶୁ ଶ୍ରଦ୍ଧା ସୁମନ ।


Rate this content
Log in

Similar oriya poem from Inspirational