STORYMIRROR

Bijaya kumar panda

Inspirational

3  

Bijaya kumar panda

Inspirational

ସ୍ୱଧର୍ମ

ସ୍ୱଧର୍ମ

1 min
246

ଧର୍ମ ସନାତନ ନୀଳଚକ୍ର ଚିହ୍ନ ଗୋପିକା ତୁମରି ନାମ

ଅନନ୍ତ ଅଟଇ ଶାଖା ଯେ ତୁମର ଭକ୍ତି ହୁଏ ନିଷ୍କାମ।

ସେବା ତୋ ଆରତୀ ଧାମ ତୋ ବଦ୍ରିକା ଗୋଷ୍ଠୀ ନୈମିଶା ଅରଣ୍ୟ

ସନ୍ତକ ତୋହର ଡୋରି କୌପୀନ ସମ୍ପ୍ରଦା ମାଧବ ଆଚାର୍ଯ୍ୟ।

ଗୋତ୍ର ଅଚ୍ୟୁତ ବୁଲାଉ ତୁହି ରେ ସଖା ଲଳିତା ହୁଅଇ

ଅଣ ସାଧନା ଯେ ଅକର୍ମ ଅଟଇ ଧ୍ୟାନ ବିନ୍ଦୁ ବ୍ରହ୍ମ ତୁହି।

ସଂସାର ବନ୍ଧନ ନପାରିବ ବେଢ଼ି କରିଥିଲେ ତାଙ୍କୁୁ ଜପାମାଳୀ

ନିଜ ଧର୍ମ ଛାଡି ଅଧର୍ମରେ ଗଲେ ପରଧର୍ମେ କ୍ଷୟ ଯାନ୍ତି।

ଦେହ ଠୁଁ ଇନ୍ଦ୍ରିୟ ଇନ୍ଦ୍ରିୟ ଠୁଁ ମନ ମନ ଠାରୁ ଶ୍ରେଷ୍ଠ ବୁଦ୍ଧି

ବୁଦ୍ଧି ଠାରୁ ଶ୍ରେଷ୍ଠ ଆତ୍ମା ଯେ ଅଟଇ ଶ୍ରୀକୃଷ୍ଣ ସଖାକୁ କହନ୍ତି।

ସ୍ୱାତ୍ତ୍ୱିକ ଭୋଗରେ ହୁଅ ଅଧିକାରୀ ଛବିଶି ଗୁଣକୁ ଧରି

ତାମସିକ ଠାରୁ ଦୂରେଇ ଯିବାରେ ସମାଜ ମଙ୍ଗଳ ପାଇଁ।

ଅସୁର ପ୍ରକୃତି ଷଡ଼ ପ୍ରକାର ଲୋ ତାହା ଠୁଁ ଦୂରରେ ରୁହ

ନିଜ ଧର୍ମେ କ୍ଷୟ ହୁଅ ପଛେ ପରଧର୍ମେ ଭୟାବହ।

ଅସ୍ଥି ମଜା ମେଦ ମାଂସ ରକ୍ତ ଚର୍ମ ଲୋମ ଆମରି ସପ୍ତଧାତୁ

ଦୟା ଧ୍ୟାନ ଜ୍ଞାନ କ୍ଷମା ତପ ସତ୍ୟ ଅହିଂସା ପୁଷ୍ପାଞ୍ଜଳୀ ଦେଉ।

ଭୂମି ଜଳ ଅଗ୍ନି ବାୟୁ ଆକାଶ ମନ ବୁଦ୍ଧି ଅହଙ୍କାର

ଅପରା ପ୍ରକୃତି ଏହି ମାୟା ଶକ୍ତି ଏହା ଠୁଁ ଦୂରରେ ରୁହ।

ପବିତ୍ର ମନରେ ଆତ୍ମ ଦର୍ଶନ କରି ଆତ୍ମାରେ ସନ୍ତୁଷ୍ଟ ହୁଅ।।



Rate this content
Log in

Similar oriya poem from Inspirational