ସ୍ୱଚ୍ଛ ଭାରତ
ସ୍ୱଚ୍ଛ ଭାରତ
ପିଲାଟି ଦିନୁ ପଢ଼ିଛେ ଆମେରେ
ଶୁଣିଛେ ଲୋକଙ୍କ ଉପଦେଶରେ ।
ଖାଇବା ଆଗରୁ ଧୋଇଵ ହାତ
ନ ହେଲେ ଭୋଗିବ ରୋଗ ଵହୁତ ।
ଗାଆଁ ପରିମଳ ଧୋବା ତୋଠରୁ
ମନ ପରିମଳ ଲୋକ ତୁଣ୍ଡରୁ ।
ଗୁଡାଖୁ ଗୁଟଖା ବା ପାନ ପିକ
ଖାଇ ଏଣେ ତେଣେ ତାକୁ ନ ପକ ।
ପୂଜା ପରବର ଵିସର୍ଜନରେ
ଫଳ ଫୁଲ ପତ୍ର ଭାସେ ନଈରେ ।
କ୍ଷୀର ପଲିଥିନ ଚୋପା ପରିବା
ଅଳିଆ ଡବାରେ ସବୁ ଫିଙ୍ଗିବା ।
ଘର କାର୍ଯ୍ୟାଳୟ ରାସ୍ତା ମନ୍ଦିର
ରଖିବା ନିର୍ମଳ ସଫା ସୁତର ।
ବିଦ୍ୟାଳୟ ଅଵା ଡାକ୍ତରଖାନା
କେଉଁଠି କେବେ ନ କର ଅସନା ।
ପାଇଖାନା ଛଡା ଅନ୍ୟ ଜାଗାରେ
ମଳମୂତ୍ର ଆଉ ତ୍ୟାଗ ନ କରେ ।
ଘର ଠାରୁ ଗାଆଁ ସହର ଦେଶ
ସବୁଠି ରହୁ ଭଲ ପରିବେଶ ।
ସଫା ସୁତରା ହେଉ ପରିବେଶ
ରୋଗ ବଇରାଗ ନ ମାଡୁ ପାଶ ।
ସ୍ୱଚ୍ଛ ସୁନ୍ଦର ଭାରତ ରହିଲେ
ବିଦେଶେ ସୁନାମ ବଢ଼ିବ ଭଲେ ।
ସଚେତନ ହେବା ଆମେ ମନରେ
ଦେଖାଇବା ସବୁ ତାହା କାମରେ ।
ଶପଥ ନେବା ସ୍ୱଚ୍ଛତା ରଖିବା
ଆନନ୍ଦିତ ହେବା ସୁସ୍ଥେ ରହିବା ।
