ସ୍ୱାସ୍ଥ୍ୟ ବାଣୀ
ସ୍ୱାସ୍ଥ୍ୟ ବାଣୀ
ରକତ ଧମନୀ ଗତି କଲା ବେଳେ
ସୃଷ୍ଟି କରେ ଯେଉଁ ଚାପ
ରକ୍ତ ଚାପ ବୋଲି ତାହାକୁ କହନ୍ତି
ନିୟମିତ ଯାଇ ମାପ। {୧}
ଉଚ୍ଚ ରକ୍ତ ଚାପ ହୃଦ ସଙ୍କୁଚିତ
ଲଘୁ ଚାପେ ପ୍ରସାରିତ
ମୁଣ୍ଡ ପଛପଟେ ବେକର ଯନ୍ତ୍ରଣା
ହୋଇଥାଏ ଆପେ ଜାତ। {୨}
ମୁଣ୍ଡ ବୁଲାଇବା ପରିସ୍ରା ଲାଗିବା
ହାତ ପାଦ ଥର ଥର
ହୃଦୟର ଗତି ଅନିୟମିତତା
ଲକ୍ଷଣ ଅଟେ ତାହାର। {୩}
ମଧୁମେହ ରୋଗ ମୃତଗ୍ରନ୍ଥି ଗ୍ରାସ
ଅନିୟମିତ ଜୀବନ
ଓଜନ ବର୍ଦ୍ଧନ ଅକାରଣ ଚିନ୍ତା
ତାହାର ମୁଖ୍ୟ କାରଣ। {୪}
ବେଳ ଥାଉ ଥାଉ ହୋଇ ସାବଧାନ
କର ତାକୁ ସ୍ୱାଭାବିକ
ନକରି ଝଗଡ଼ା ଶାନ୍ତିର ଜୀବନ
ନିଜକୁ ସୁନିଦ୍ରା ରଖ। {୫}
ଲୁଣିଆ, ତେଲିଆ, ମିଠା ଅବା ଖଟା
ଉଚ୍ଚ ସାନ୍ଦ୍ରତା ଭୋଜନ
ମାଂସ ମଦ ଅଣ୍ଡା ଚା ଧୂମପାନ
ସମ୍ପୂର୍ଣ୍ଣ କରି ବର୍ଜନ। {୬}
ପାତାଳ ଗରୁଡ ପତ୍ରେ ମହୁ, ଚୂର୍ଣ୍ଣ
ମିଶାଇ ମିଶାଇ କଲେ ସେବନ
ପ୍ରାଣାୟମ ବ୍ୟାୟାମ ମକରାସନ
ଶବାସନ, ବକ୍ରାସନ। {୭}
କଲରା ପତର ସଜନା ଶାଗର
ରସ କର ନିତି ପାନ
ନୁହେଁ ଟି କବିତା ମନେ ତୁ ରଖିଥା
ସ୍ୱାସ୍ଥ୍ୟ ବାଣୀ ଏହା ଜାଣ। {୮}
