ସ୍ୱାର୍ଥପରତାର ରଙ୍ଗୀନ ଚାଦର
ସ୍ୱାର୍ଥପରତାର ରଙ୍ଗୀନ ଚାଦର
ସ୍ୱାର୍ଥପରତାର ରଙ୍ଗୀନ ଚାଦର
ଘୋଡି ହେଇଥିଲୁ ତୁହି
ଜାଣି ପାରିଲିନି କଥା ତୋର ସବୁ
ସତ ଭାବି ନେଲି ମୁହିଁ ।
ଏତେ ଦିନ ମୋତେ ଅନ୍ଧାରେ ରଖିଲୁ
ସ୍ୱାର୍ଥତୁ ହାସଲ କଲୁ,
ସରିଗଲା ସ୍ୱାର୍ଥ ମିଳିଗଲା ଅର୍ଥ
ପର ମତେ କରି ଦେଲୁ ।
ଛଳନା ଥିଲା ଲୋ ପ୍ରେମରେ ତୋହର
ପ୍ରତାରଣା ଖାଲି ଥିଲା,
ଏ ନିରିହ ପଣକୁ ବୁଝି ପାରିଲିନି
ଜୀବନ ମୋ ଜଳି ଗଲା ।
ମୋ ମନେ ମନ୍ଦିରେ ପୂଜୁଥିଲି ତତେ
ରଖିଥିଲି ଦେବୀ କରି
ସେ ପୂଜାର ଯୋଗ୍ଯ ନ ଥିଲୁ ଲୋ ତୁହି
କଲୁ ମତେ ଏତେ ସରି ।
ଏକ ପତ୍ନୀ ବ୍ରତ ପାଳୁଥିଲି ମୁଁହିଁ
ସତ୍ଯବାନ ତୋର ହେଇ
ସାବିତ୍ରୀ ନ ହେଇ କଳଙ୍କିନୀ ହେଲୂ
ଅନ୍ଯ ପୁରୁରେ ଧାଇଁ ।
ସ୍ୱାର୍ଥାନ୍ୱେଷୀ ହେଇ ସ୍ୱାର୍ଥପର ହେଲୁ
ସବୁସୀମା ଟପି ଗଲୁ
ସ୍ନେହ ପ୍ରେମ ସବୁ ଉଣା ତ କରିନି
କାହିଁକି ଏମିତି କଲୁ ।