STORYMIRROR

DR SAMIR RANJAN BEHERA

Abstract Classics Inspirational

4  

DR SAMIR RANJAN BEHERA

Abstract Classics Inspirational

ସ୍ୱାର୍ଥପର ଏ ଦୁନିଆ

ସ୍ୱାର୍ଥପର ଏ ଦୁନିଆ

1 min
302


ବାପା ବୋଉ କେତେ ସ୍ବପ୍ନ ଦେଖୁଥାନ୍ତି

   ତାଙ୍କ ସନ୍ତାନ ର ପାଇଁ

ହେଲେ ସନ୍ତାନ ଟି ଯେବେ ବଡ ହେଇଯାଏ

   ଅନ୍ୟ ନୀଡ଼ ଟେ ଖୋଜଇ ll ୧ ll


ଭାଇ ବନ୍ଧୁ ସଖା ସଭିଏଁ ଆସିବେ

   ତୋର ଭଲ ସମୟରେ

ବିପଦ ବେଳ ରେ ବାଟ କାଟିବେ 

  କେତେ ବାହାନା କରି ରେ ll ୨ ll


ବିବାହ ଭୋଜି ରେ କାହିଁ କେତେ ଲୋକ

   ଉପଭୋଗ କରୁଥାନ୍ତି

ଦଶାହ ରେ ଆସି ଆଶ୍ୱାସନା ଦେଇ

   ମୁହଁ ମୋଡି ଚାଲିଯାଆନ୍ତି ll ୩ ll


ଆଜି ତୁ ବାବୁରେ ଉଚ୍ଚ ପଦବୀ ରେ

   ରହିଅଛୁ ବୋଲି ମନ

କେତେ ନମସ୍କାର କେତେ ଯେ ସେଲୁଟୁ

   ପାଉ କେତେ ସମ୍ମାନ ll ୪ ll


ଯେବେ ତୋ ପାଖରେ ଧନ ରତ୍ନ ଅଛି

   ସବୁ ତୋତେ ପଚାରନ୍ତି

ଯେବେ ସେ ସବୁ ତୋ ପାଖରୁ ସରିବ

  ଆସ୍ତେ ଆସ୍ତେ ବାଟ କାଟନ୍ତି ll ୫ ll


ତୋର ଭାରିଜା ଆଉ ପୁଅ ଝିଅ ସବୁ

   ତୋ ଆୟରେ ଖୁସି ହୁଅନ୍ତି

ହେଲେ ତୁ ଯେ ରକ୍ତ ନିଗାଡ଼ି ଆୟ କରୁ

 ସେ କଥା କି ସେମାନେ ବୁଝନ୍ତି ll ୬ ll


ତୁ ଯେବେ ସଭିଙ୍କୁ ଦେଇଚାଲି ଥିବୁ 

  ସଭେଁ ଭଲ କହୁଥିବେ 

 ଥରେ ଯଦି ଦେବା ବନ୍ଦ କରିଦେଉ

  ସଭେଁ ସମାଲୋଚନା କରିବେ ll ୭ ll


ଆଜିର ଏ ଯୁଗରେ ଯାହାକୁ ରେ ବାବୁ

    ବେଶୀ ଭଲ ପାଉଥିବ

ଦରକାର ବେଳେ ସେଇ ମଣିଷ ଟା

   ବାଟ ଭାଙ୍ଗି ଚାଲିଯିବ ll ୮ ll


ସ୍ୱାର୍ଥ ରେ ଅନ୍ଧ ସଭିଏଁ ବାବୁରେ 

  ସ୍ୱାର୍ଥ ପଛେ ଗୋଡ଼ଉଥାନ୍ତି 

ସ୍ୱାର୍ଥ ସରିଲେ ଅଲୋଡ଼ା ହେବୁରେ

  କେହି ତୋତେ ନ ପଚାରନ୍ତି ll ୯ ll


ମିଛ ମାୟାର ଏ ସଂସାର ବାବୁ

  କେହି ନୁହଁ ଏଠି କାହାର

ସମ୍ପଦ କାଳେ ସବୁ ବୋଲନ୍ତି ନିଜର

  ବିପଦ ବେଳେ ସବୁ ପର ll ୧୦ ll


Rate this content
Log in

Similar oriya poem from Abstract