STORYMIRROR

Debabrata Barik Debunu

Classics

3  

Debabrata Barik Debunu

Classics

ସ୍ୱାର୍ଥପର ବନ୍ଧୁ

ସ୍ୱାର୍ଥପର ବନ୍ଧୁ

1 min
411

କେହି ନାହିଁ ଏଠି ନିଜର

ସବୁ ଏଠି ସ୍ୱାର୍ଥପର

ନିଜ ହାତେ ଏଠି ଜହର ପିଆନ୍ତି

କରି ନିଜ ଠୁ ନିଜର


ସ୍ୱାର୍ଥପର ବନ୍ଧୁ ସ୍ଵାର୍ଥ ରେ ରଖିଲେ

କହିବ କାହାକୁ କୁହ

ସମ୍ପର୍କର ମାନେ ସିଏ କି ବୁଝିବ

ଭାଙ୍ଗତି ବିଶ୍ବାସ ତାର


ମଳୟ ପବନ ଶରତ ଋତୁରେ

ଦେବୀ ଆରାଧନା କରି

ଏ କଳି ଯୁଗରେ ଏମିତି ମନିଷ

ବନ୍ଧୁ ନିଶ୍ୱାଷ ଦିଅନ୍ତି ମାରି


କାହା ପାଇଁ ଶୁଭ ସୂଚନା ମିଳିଛି

କାହା ପାଇଁ ଦୁଃଖ ଚିଠି

ନିଜ ସ୍ଵାର୍ଥ ପାଇଁ ନିଜ ଲୋକ ଏଠି

କିଛି ମୁହୂର୍ତ୍ତେ ବଦଳି ଯାଆନ୍ତି


ଦେଖିଛି ସମାଜ ଦେଖିଛି ମନିଷ

ଦେଖିନି ଏମିତି ବନ୍ଧୁ

ନିଜ ଆଖି ଲୁହ ପୋଛି ଦେଇ ପୁଣି

ଅନ୍ୟ ଆଖିରେ ଦିଅନ୍ତି ଲୁହ


ମୋ ଆଖି ଆଗରେ ଅନ୍ୟାୟ ଦେଖିଲେ

ପାରେ ନାହିଁ ମୁଁ ଯେ ସହି

ନିଜ ଠୁ ନିଜର ସଭିଙ୍କୁ କରେ ମୁଁ

ସେଇ ମାୟା ରେ ଯାଏମୁଁ ପଡି


ବାଃ ବାଃ ରେ ଦୁନିଆ ବାଃ

ସତ କହିଲେ ମିଛ ନିନ୍ଦା ମିଳେ

ସମସ୍ତେ କୁହନ୍ତି ଚୋର

ମିଛର କଥା ରେ ଅନେକ କିମ୍ବଦନ୍ତି

ହେଲେ ସମୟ କାହାରି ନୁହଁ


କାହା ପାଇଁ ଏଠି ସମ୍ପର୍କର ମୂଲ୍ୟ

ବର୍ଷାରେ ଛତା ଟେ ପରି

ବର୍ଷା ସରିଗଲେ ଛତା ବୋଝ ଲାଗେ

ତାକୁ ଭୁଲି ଆସନ୍ତି ଘରକୁ ଫେରି


ଅଧା ଜୀବନ ଅଧା ଅଧା ଲାଗେ

ଯୋଉଟା କି ସହି ହୁଏନି

ମିଛ ପ୍ରତିଶ୍ରୁତି ମିଛ ଜହ୍ନ ରାତି

ନିଜର ନିଜର ଲାଗେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics