STORYMIRROR

rasmi maye pati

Tragedy Crime Inspirational

2  

rasmi maye pati

Tragedy Crime Inspirational

ସ୍ୱାଧୀନତାର ବିକୃତ ଅର୍ଥ

ସ୍ୱାଧୀନତାର ବିକୃତ ଅର୍ଥ

1 min
36

ସ୍ୱାଧୀନତା ଦିବସ ର ହାର୍ଦିକ ଅଭିନନ୍ଦନ 

ବିଭତ୍ସ ସ୍ୱାଧୀନତା

୭୩ ବର୍ଷ ବିତି ଗଲେ ମଧ୍ୟ 

ବୁଝିହୁଏ ନି ତା ଅର୍ଥ

କେତେ ମହାରଥୀ ତ୍ୟାଗ ବଳିଦାନେ

ସ୍ୱାଧୀନ ହେଲା ଏ ଦେଶ। ୧।


ମୂଲିଆଙ୍କ ସଂଖ୍ୟା ବଢ଼ି ଚାଲିଛି

ଦାଦନ ଖଟି ତା ପ୍ରାଣ ଯାଉଚି

ଚାକିରୀ ପାଇଁ ତ ଶୁଭେ ହା ହା କାର

ଚୋରୀ ନାରୀ ଏଠି ବଢ଼ି ଚାଲିଛି ।୨।


ତେଲିଆ ମୁଣ୍ଡ ରୁ ତେଲ ଝରୁଛି

ଗରିବର ପେଟ ଶୁଖି ଯାଇଛି

ନାରୀ ଜାତି ଆଜି ସବୁଠାରୁ ଶସ୍ତା

ସୁରକ୍ଷା ପାଇଁ ବିକଳ ହେଉଛି ।୩।


ସବୁ ଆତଙ୍କ କୁ ଟପି ଯାଇଛି

ଭୁତାଣୁ ଟେ ଏବେ ରାଜା ହୋଇଛି

ସାରା ବିଶ୍ବ ଆଜି ତାର ଅଧୀନରେ

ଇଏ ସ୍ୱାଧୀନତା ଅର୍ଥ ହୋଇଛି ।୪।


ସ୍ୱାଧୀନତା ଅର୍ଥ ବ୍ୟଙ୍ଗ ହୋଇଛି

କହିବାକୁ ଆଜି ଲାଜ ଲାଗୁଛି

ଗର୍ବରେ ଆଜି ବିଜୟ ର ଝଣ୍ଡା 

ଦେଶ ସାରା ଫର ଫର ଉଡୁଛି ।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy