ସ୍ୱାଧୀନତା
ସ୍ୱାଧୀନତା
ସ୍ଵାଧୀନତା ଆସିଛି
ପର୍ବତ ର ମୂଷିକ ପ୍ରସବରେ ବି ପର୍ଯ୍ୟସ୍ତର ବିପର୍ଯ୍ୟୟର ବୀତ ହ
ମୁକାବିଲାରେ
ରାଜନୀତିର ଅଭ୍ୟସ୍ତ ଛନ୍ଦପତନରେ ।
ସ୍ଵାଧୀନତା ଅସିଥିଲା
ସାମୁହିକ ଜନଜାଗରଣରେ ଅକୁଣ୍ଠିତ ସ୍ବାର୍ଥତ୍ୟାଗରେ
ସଂକଳ୍ପବଦ୍ଧ ମାନସିକତାରେ ।
ସ୍ଵାଧୀନତା ଆସିଛି ।
ନିର୍ମାଣ ପରାହତ ସ୍ବପ୍ନରେ
ନେତୃତ୍ବର ବିଲୁପ୍ତ ପ୍ରାୟ ବିଶ୍ଵସନୀୟତାରେ
ପ୍ରଶାସନର ଉବେଳିତ ଉଦାସୀନତାରେ ।
ସ୍ଵାଧୀନତା ଆସେ
ନିରବଛିନ୍ନ, ଏକୀକୃତ ଉଦ୍ୟମର କୁହୁତାନରେ
ଉନ୍ନୟନ ଯୋଜନାବଦ୍ଧ ରୂପାୟନରେ
କଳଙ୍କିତ ପଯ୍ୟୟର ସୁରଭିତ ସମାପନରେ ।
