STORYMIRROR

Sanuja Meghamala

Inspirational

3  

Sanuja Meghamala

Inspirational

ସ୍ୱାଧୀନତା

ସ୍ୱାଧୀନତା

1 min
225

 

ସ୍ୱାଧୀନତା ଦିବସ ପାଳନ ପାଇଁ ସମସ୍ତେ ତତ୍ପର 

ଗାଁ ହେଉ ବା ସହର ସବୁ ଉତ୍ସବ ମୁଖର

ଭୁଲି ଯାଉଛୁ ପ୍ରକୃତ ରେ ଆମେ କେତେ ସ୍ୱାଧୀନ  !!

ଆମର ଏ ସ୍ୱାଧୀନତା ଏକ ବିଡ଼ମ୍ବନା ନୁହେଁ କି,?

 'ସ୍ୱାଧୀନ 'ବୋଲି କହି ନିଜ ସହିତ ନିଜେ ଛଳନା କରୁ

ଭୂଲି ଯାଇ ବାରମ୍ବାର ସର୍ବନିମ୍ନ ମୌଳିକ ଅଧିକାର।


ସମୟ ର ଆହ୍ଵାନ କୁ ଅଣ ଦେଖା କରି

ପରିବର୍ତ୍ତିତ ସମୟ ର ଦୌଡ଼ ରେ କିଛି 

ପରିବର୍ତ୍ତନ ମାନେ ନୁହେଁ ସ୍ୱାଧୀନତା।

ସ୍ୱାଧୀନତା ର ମୂଲ୍ୟବୋଧ ଚିତ୍କାର କରେ

କାଗଜ ପୃଷ୍ଠା ଅବା ଭାଷଣ ବାଜି ରେ

ମିଛ ଆଶ୍ୱାସନା ରେ ଦୁର୍ବିସହ ଏଠି ମଣିଷ ଜୀବନ 

 ଛଳନା ପ୍ରତାରଣା ହିଂସା ଅତ୍ୟାଚାର ର

ବାସ୍ତବ ନିର୍ଘାତ ରେ ଭୁଲୁଣ୍ଠିତ ହୁଅନ୍ତି ସ୍ବପ୍ନମାନେ

ଅନ୍ୟ ର ଗୋଡ଼ ଭିଡି  ଉପରକୁ ଉଠିବା ପାଇଁ

ଚାଲେ ରୀତିମତ ଷଡ଼ଜନ୍ତ୍ର ଅହରହ ପ୍ରତିଯୋଗିତା।


ଯେଉଁଠି ମାତୃଗର୍ଭ ରେ କନ୍ୟାଭ୍ରୁଣ ଟେ ଅସୁରକ୍ଷିତ

 ଦିନ ଦୁଇ ପ୍ରହର ରେ ଘରୁ ଗୋଡ଼ କାଢି ଯିବା ପାଇଁ

ଭୟ କରେ ନାରୀଟିଏ...ଅବଳା ଦୁର୍ବଳା ସାଜି 

ସହିଯାଏ ପାରିବାରିକ ହିଂସା..ଅପମାନ .ଲାଞ୍ଛନା।

ମୂଲ୍ୟବୋଧ ର ମୂଳଭିତ୍ତି ଯୌଥ ପରିବାରର 

ସ୍ଥାନ ନିଏ ସଂସ୍କାର ସଂସ୍କୃତି ବିହୀନ ଏକକ ପରିବାର

ବୃଦ୍ଧ ବରିଷ୍ଠ ନାଗରିକ ବୃଦ୍ଧା ଶ୍ରମେ ଭାଗ୍ୟ କୁ ନିନ୍ଦି

କର୍ମ ଫଳ କହି ମୃତ୍ୟୁ କାମନା ରେ ଝରାଏ ଆଖିଲୁହ।


 ଶିକ୍ଷା ସାର୍ଵଜନୀନ ହୋଇ ଆତ୍ମ ନିର୍ଭର କରିବା ବଦଳରେ ସୃଷ୍ଟି  କରେ ବେରୋଜଗାରୀ ସଂସ୍କାରୀ,ଅନ୍ଧଭକ୍ତଙ୍କୁ।

ସାଧାରଣ ରୋଗୀଟିଏ ସ୍ୱାସ୍ଥ୍ୟ ସେବାର ସୁବିଧା ନପାଇ

ଆଜି ବି ଯନ୍ତ୍ରଣା ସହ ଯୁଝି ଯୁଝି ଶେଷ ରେ ହାରି ଯାଏ।

ସେଠି ଆମେ ସ୍ୱାଧୀନ ଓ ସ୍ୱାଧୀନତା କୁ ଉପଭୋଗ କରୁ

ଅନୁଭବ କରୁ ନିଜ ଚିନ୍ତା ଓ ଚେତନା ର ପରିଧି ଭିତରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational