Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational

3  

Chittaranjan Nanda

Inspirational

ସ୍ୱାଧୀନତା ସଂଗ୍ରାମୀ ଘେନ ସଲାମ

ସ୍ୱାଧୀନତା ସଂଗ୍ରାମୀ ଘେନ ସଲାମ

1 min
163


ମା'ର ଋଣକୁ ହୁଏକି ସୁଝି, କେତେ ଜଣ

ମାନନ୍ତି ଏହି ବାଣୀକୁ

ସମାଜେ ସ୍ୱାର୍ଥକୁ କରି ବିସର୍ଜନ, କେତେ

ବାଛନ୍ତି ବିପ୍ଳବ କ୍ରାନ୍ତିର ପଥକୁ ।


ଅଳ୍ପଙ୍କର ପଣ ରହେ ବଡ଼ ହୋଇ ସମାଜେ

ସାଜିବ ବିପ୍ଳବୀ ଆଣିବ କ୍ରାନ୍ତି

ହାତ ଗଣନ୍ତି ଲୋକ ହୋଇଣ କବି, ଲେଖନୀ

ମାଧ୍ୟମେ ଭ୍ରଷ୍ଟାଚାରୀ ଛାତି ଥରାଇ ଥାନ୍ତି  ।


ପ୍ରତ୍ୟେକ ସମାଜେ ଅଳପ ମଣିଷ ସେବା 

କରିବାକୁ ଧର୍ମ ମଣନ୍ତି  

ପଥରୁ ନହୋଇ ବିଚ୍ୟୁତ, ଜନତାଙ୍କ ପାଇଁ 

ଜୀବନ ଦିଅନ୍ତି ।


ମନେ ପଡେ ଯେବେ ଚାଲିଥିଲା ଦେଶରେ

ବ୍ରିଟିଶର ବର୍ବର ଶାସନ

ନଥିଲା ମଣିଷେ ଖେଦ ଯେଉଁଥି ପାଇଁ ଶହ ଶହ

ବର୍ଷ ଧରି ଆମେ ଥିଲେ ପରାଧୀନ ।


ଜଗାଇଲା ଦେଶଭକ୍ତି ଆମ ମନେ ବିପ୍ଳବୀ କବିର 

ବନ୍ଦେ ମାତରଂ ଗାନ

ସେଥିରେ ହୋଇ ପ୍ରେରିତ କେତେ ଦେଶପ୍ରେମୀ 

ବଳି ଦେଲେ ସେମାନଙ୍କ ପ୍ରାଣ ।


ସେହି ଦେଶପ୍ରେମୀଙ୍କ ଉପରେ ବିଦେଶୀ ଶାସକ 

ଥିଲେ ନିଷ୍ଠୁର ବର୍ବର

ଅତ୍ୟାଚାର କଥା ଶୁଣି, ନିଜ ହୃଦୟରୁ ଝରିଯାଏ

ଖାଲି ଲୁହର ଧାର ।


ସ୍ୱାଧୀନତା ପାଇଁ କେତେ ବୀର ଆମର, ହସି 

ହସି ଦେଲେ ନିଜ ପ୍ରାଣ

ଜଣାଉଛି ମୋ ଅନ୍ତରରୁ ସଲାମ, ହେ ସଂଗ୍ରାମୀ, 

ମୋର ପ୍ରଣାମ ଘେନ ।


Rate this content
Log in

Similar oriya poem from Inspirational