ସ୍ୱାଧୀନତା ସଂଗ୍ରାମେ ଓଡ଼ିଆ ବୀର
ସ୍ୱାଧୀନତା ସଂଗ୍ରାମେ ଓଡ଼ିଆ ବୀର
ଓଡ଼ିଆ ବୀରଙ୍କ ଦାନ ଯେ ମହାନ
ସ୍ୱାଧୀନତା ସଂଗ୍ରାମରେ,
ଦେଶପାଇଁ ସବୁ ବଳି ଗଲେ ଚଢ଼ି
ଇଂରେଜଙ୍କ ବିରୋଧରେ |
ସ୍ୱାଧୀନତା ସଂଗ୍ରାମରେ ମୂଳଦୁଆ
ରୂପେ ପରିଚିତ ସିଏ,
ଇଂରେଜ ବିରୁଦ୍ଧରେ ଯୁଦ୍ଧ ଡାକଦେଲେ
ବୀର ସୁରେନ୍ଦ୍ର ସାଏ |
ଅତ୍ୟାଚାର ଓ ଅନ୍ୟାୟ ବିପକ୍ଷରେ
ଚାଲିଥିଲା ଏହି ଯୁଦ୍ଧ,
ତାଙ୍କରି ସଂଗ୍ରାମ କାହାଣୀ ଜାତିର
ହୃଦେ ଗଲା ରହି ସ୍ତବ୍ଧ |
ନେତା କହିଲେ ଅନେକଙ୍କୁ ବୁଝାଏ
କିନ୍ତୁ ନେତାଜୀ ତ ଜଣେ,
ଆଜାଦ୍ ହିନ୍ଦ୍ ଫୌଜ ଗଢ଼ିଥିଲେ
କିଏ ବା ତାଙ୍କୁ ନଜାଣେ |
ରକ୍ତ ମାଗିଥିଲେ ସ୍ୱାଧୀନତା ପାଇଁ
ଦିଲ୍ଲୀ ଚଲୋ ଡାକଦେଲେ,
ଜର୍ମାନୀ ଜାପାନ ଭଳି ଶକ୍ତିଶାଳୀ
ବିରୁଦ୍ଧରେ ଲଢ଼ିଥିଲେ |
ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନେ
ଡାକରାରେ ଉଦବୁଦ୍ଧ,
ଆଦିବାସୀଙ୍କୁ ନେଇ ଆକ୍ରମଣ କଲେ
ଇଂରେଜଙ୍କ ବିରୁଦ୍ଧ |
ଅନ୍ୟ କେହିନୁହେଁ ସେ ବୀର ଓଡ଼ିଆ
ଶହୀଦ ଲକ୍ଷ୍ମଣ ନାୟକ,
ଦେଶ ଲାଗି ହସି ହସି ଫାଶୀ ଖୁଣ୍ଟେ
ଝୁଲେଇଲେ ନିଜ ବେକ |
ପଙ୍କରୁ ପଦ୍ମ ଜାତ ହେଲାପରି
ଏକ ଅନ୍ଧାରୀ ମୁଲକରେ,
ଜନ୍ମ ନେଇଥିଲେ ସେ ବାଜି ରାଉତ
ଆମେ ପରାଧୀନ ଥିବା କାଳେ |
ଅନ୍ତ ନୁହେଁ ଏହା ବୀରଙ୍କର ବାଣୀ
ଏ କବିତାରୁ ମଧ୍ୟ ବଞ୍ଚିତ,
ସେ ସମସ୍ତ ବୀର ପାଇଁ ଆଜି ଆମେ
ଓଡ଼ିଆ ବୋଲି ଯେ ଗର୍ବିତ |
