Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalita Mohan Dash

Inspirational

3  

Lalita Mohan Dash

Inspirational

ସ୍ୱାଧୀନତା ଦିବସ

ସ୍ୱାଧୀନତା ଦିବସ

1 min
135


ସ୍ୱାଧୀନତାର ଏ ପଞ୍ଚସ୍ତରୀ ବର୍ଷେ 

ଆଜି ସଂକଳ୍ପର ଦିନ 

ଏ ଜୀବନ ଦେଇ ରକ୍ଷା କରିବା

ଭାରତ ମାତାର ମାନ l


ସୁପ୍ତ ଜୀବନର ଦୀପ୍ତ ମଣ୍ଡନେ

ଲିପ୍ତ ହେଉ ତନୁ ମନ 

ହୃତ ଗୌରବର ଲୁପ୍ତ ସମୟ

ଫେରି ଆସୁ ଏବେ ପୁନଃ l


ପ୍ରଜ୍ୱଳିତ ହେଉ ଦେଶ ପ୍ରେମ ବହ୍ନି

ପ୍ରତି ଉନ୍ମାଦ ପ୍ରାଣେ

ଜାଗ୍ରତ ହେଉ ସୁପ୍ତ ଚେତନା

ପ୍ରତି ଭାରତୀୟ ମନେ l


ଦିବ୍ୟ ଭୂମିରେ ଦୃଶ୍ୟମାନ ହେଉ

ଜ୍ଞାନର ଇନ୍ଦ୍ରଧନୁ

ସମାଜର ପୁଷ୍ପ ଉଦ୍ୟାନେ ଉଡ଼ୁ

ଶାନ୍ତି ମୈତ୍ରୀର ରେଣୁ l


ଏକତାର ସାହାନାଇ ବାଜିଉଠୁ

ମନ୍ଦ୍ର ନିନାଦ କରି

ଭାରତ ମାତାର ଜୟ ଗାନରେ

ପୁର ପଲ୍ଲୀ ଉଠୁ ପୁରି l


ପ୍ରାପ୍ତ ସ୍ୱାଧୀନତା ଚିରସ୍ଥାୟୀ ହୋଇ

ଏ ଜାତିର ଟେକ ରହୁ

ନିସ୍ତେଜ ପ୍ରାଣତନ୍ତ୍ରୀରେ ପୁଣି

ପ୍ରେରଣାର ସ୍ରୋତ ବହୁ l



Rate this content
Log in

Similar oriya poem from Inspirational