ସ୍ୱାଭିମାନୀ ଶ୍ରେଷ୍ଠ ଓଡ଼ିଆ
ସ୍ୱାଭିମାନୀ ଶ୍ରେଷ୍ଠ ଓଡ଼ିଆ
ଉତ୍କଳ କଳିଙ୍ଗ ସୁପ୍ତ ସିଂହ ସମ
ଶୋଇ ରହିଥିଲା ନିଘୋଡ଼ ନିଦେ
ହେ ମଧୁସୂଦନ କୁଳବୃଦ୍ଧ ହୋଇ
ଜଗାଇଲ ଦୃପ୍ତ ପଦ ଓ ପାଦେ ।
ଜାତି ପ୍ରେମ ବହ୍ନି କଲ ପ୍ରଜ୍ଜ୍ୱଳିତ
ଆରମ୍ଭ କରିଲ ମହାନ ଯଜ୍ଞ
କୋଟି କୋଟି କଣ୍ଠେ ଜନନୀ ଜନନୀ
ସ୍ଫୁରିଲା ଉଚ୍ଚାଟେ ଅଗ୍ନି ସ୍ଫୁଲିଙ୍ଗ ।
ସ୍ୱାଭିମାନୀ ତୁମେ ଉତ୍କଳ ଗୈ।ରବ
ସ୍ୱତନ୍ତ୍ର ପ୍ରଦେଶ ତୁମରି ସ୍ୱପ୍ନ
ସଫଳ ତୁମରି ନେତୃତ୍ୱ ବଳରେ
ହୋଇଛି ହାସଲ ମଧୁସୂଦନ ।
ଭାଷା ଆନ୍ଦୋଳନେ ତୁମେ କର୍ଣ୍ଣଧାର
ଧୀଶକ୍ତି ସମ୍ପନ୍ନ ତୀକ୍ଷ୍ଣ ବୁଦ୍ଧି
ତୁମେ ଜାତିପ୍ରାଣ ଉତ୍କଳ ସନ୍ତାନ
ଶ୍ରେଷ୍ଠ ସଙ୍ଗଠକ ଅପ୍ରତିଦ୍ୱନ୍ଦ୍ୱୀ ।
ତୁମ ପରାମର୍ଶ ବିଚାର ବିମର୍ଷ
ଗୈ।ରବର ଗାଥା ଉଚ୍ଚ ଆଦର୍ଶ
ତ୍ୟାଗ ନିଷ୍ଠା ତୁମ ଉଜ୍ଜ୍ୱଳ ଦୃଷ୍ଟାନ୍ତ
ସ୍ୱର୍ଣାଭ ଅକ୍ଷରେ ଉଦ୍ଘୋଷେ ଯଶ ।
ଧନ୍ୟ ରଘୁନାଥ ଜନନୀ ପାର୍ବତୀ
ଗୋବିନ୍ଦ ବଲ୍ଲଭ ଧନ୍ୟ ସୁପୁତ୍ର
ଜନ୍ମ ବାରବାର ଉତ୍କଳ ମାଟିରେ
ଗୁଞ୍ଜୁ ସଞ୍ଜୀବନୀ ମୁକତି ମନ୍ତ୍ର ।
-----
