STORYMIRROR

Bharatabandhu Biswal

Classics Inspirational Children

4  

Bharatabandhu Biswal

Classics Inspirational Children

ସ୍ୱାଭିମାନ ସବୁକିଛି

ସ୍ୱାଭିମାନ ସବୁକିଛି

1 min
207


ଛୁଏଁ ମଉସୁମୀ   ପହିଲି ବରଷା

   ମାଟି ମୋ ଉଠେ ମହକି

ଝୁଲେ ଗଛଡାଳେ  ରଜ ପଟାଦୋଳି 

    ନାଚଇ ମନ ମୟୂରୀ ।


ତଳକୁ ଉପର   ଦୋଳିର ଝୁଲଣ

    ମନଫୁଲା ରଜଗୀତ

ବାସେ ପୋଡ଼ପିଠା  ପାଚିଲା ପଣସ

    ରଜଦୋଳି କଟମଟ ।


ମୋ ଗାଆଁର ଝିଅ  ହୁଏ ସଜବାଜ

     ଶାଗୁଆ ପଣତ ତଳେ

ତା ହସେ ଅମୃତ  ସେନେହ ଶରଧା

    ଝରେ ପ୍ରେମ ଅନାବିଳେ ।


ତା ଆଶା ଭରସା  ସଖା ସହୋଦର

    କାଳିଆ ଠାକୁର ମୋର

ପାଟବସ୍ତ୍ର ପିନ୍ଧି   ହୁଏ ସୁନାବେଶ

    ଝଲକେ ମୁକୁଟ ସ୍ୱର୍ଣ୍ଣ ।


ଅନୁପମ ଆମ   କର୍ମ କୁଶଳତା

    ଲକ୍ଷ୍ୟ ଚଉବର୍ଗ ପ୍ରାପ୍ତି

ଆମ ସୁସ°ସ୍କୃତି  ପରବ ପର୍ବାଣୀ

    ସ୍ୱାଭିମାନୀ ଆମ ଜାତି ।


ଭୁଲିବାନି ଆମ  ଗୈ।ରବ ଉଜ୍ଜ୍ୱଳ

   ଐତିହ୍ୟ ଓ ସୁସ°ସ୍କୃତି

ଆମ ଅଭିମାନ   ଜଗତର ନାଥ

    ଜଗନ୍ନାଥ ସବୁକିଛି ।

        


Rate this content
Log in

Similar oriya poem from Classics