STORYMIRROR

Sadananda Sahoo

Romance

3  

Sadananda Sahoo

Romance

ରୂପସୀ ବାନ୍ଧବୀ

ରୂପସୀ ବାନ୍ଧବୀ

1 min
203


ମୋ'ମନ ବାନ୍ଧବୀ ପ୍ରିୟ ସହପାଠୀ 

   ସରୋଜିନୀ ରାଜରାଣୀ

ରୂପଚର୍ଯ୍ୟା ତୋ'ର କରିଛି ବିମୁଗ୍ଧ 

    ଗଢିଛି କେଉଁ ବିନ୍ଧାଣି 


 ତୋ'ମୁଖମଣ୍ଡଳେ ଚାନ୍ଦ ହସୁଛି ଲୋ 

    ଗଭାରେ ଫୁଟିଛି କଇଁ

ଯେତେ ଦେଖିଲେବି ଲଗୁଛୁତୁ ନୂଆ 

   ମନ ଜମା ବୁଝୁ ନାଇଁ 


ରମ୍ୟ ରୂପକାନ୍ତି ଅନନ୍ୟା ସୁନ୍ଦରୀ 

     ସରଗର ସୁନାପରୀ

ଆଖିରେ କଜଳ ସିନ୍ଥିରେ ସିନ୍ଦୁର 

  ଯୌବନା ସମ୍ପଦା ନାରୀ


ଅସୀମ ସୌନ୍ଦର୍ଯ୍ୟ ତୋ'ଠାରେ ଠୁଳ 

   କବି ମଧ୍ୟ ହେଵ ସ୍ତବ୍ଧ

ରୂପଗୁଣ ତୋର ବର୍ଣ୍ଣାନା ସାପେକ୍ଷ 

    ଅଭିଧାନେ ନାହିଁ ଶବ୍ଦ


ସରଗର ପରୀ ଲାଜେ ଯିବ ମରି 

   ତୋ' ରୂପଗୁଣକୁ ଦେଖି

ବେଶ ପରିପାଟୀ ଭଲ ଲାଗେ ଅତି

   ମନପ୍ରାଣ ଯାଏ ଲାଖି


ଗଳାରେ ମୁକୁତା ସ୍ଵର୍ଣ୍ଣ ବିଭୁଷିତା 

   ନାସିକାରେ ତିଳଫୁଲ  

କର୍ଣ୍ଣରେ ଶୋଭିତ ଝରା ଶେଫାଳିତ 

    ମୂଲତା ଅମୂଲ ମୂଲ


ସରୋବରେ ସର ଆହାକି ସୁନ୍ଦର 

    ସ୍ନେହଁପ୍ରେମ ପ୍ରୀତିଧାର

ସଭିଁଏ କହନ୍ତି ସୋରୋଜିନି ଦିଦି 

     ସମ୍ପର୍କର  ସମାହାର  

 

ପ୍ରାଣୀ ବିଜ୍ଞାନରେ ଅଗାଧ ପାଣ୍ଡିତ୍ୟ 

     ଅଧ୍ୟାପନା ତବ ବୃତ୍ତି

ବିଦ୍ୟା ବିତରଣେ ଦିନ ସରିଯାଏ 

   ପ୍ରେମେ ଭିଜେ ପୁଣି ରାତି


 ମୁଁ ତୋ' ରୂପରେ ବିମୁଗ୍ଧ ଲୋ'ସର 

   ମନେ ମନେ ଝୁରେ ତୋତେ 

 ହୃଦୟ ପରାଣ  ସର୍ବକାଳ ମିତ 

   ଭଲପାଏ ତୋତେ କେତେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance