The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Sangeeta Barik

Inspirational

3  

Sangeeta Barik

Inspirational

ରୂପ ଓ ଗୁଣ

ରୂପ ଓ ଗୁଣ

1 min
203


   

କହଲୋ ଚନ୍ଦ୍ରମା ଶୁଭ୍ର ଦେହେ ତବ

ଦେଲା କେ କଳଙ୍କ ଦାଗ,

ଝଟକେ ସୌନ୍ଦର୍ଯ୍ୟ ସେ ଦାଗକୁ ଭେଦି

ମନେ ଭରେ ଅନୁରାଗ ।

ରୂପାଥାଳି ଦେହ ଭାରି ଲୋଭନୀୟ

ଦେଖିଦେଲେ ମନ ଭରେ,

କଳଙ୍କ କାଳିମା କିଏ ସେ ଦେଖୁଛି

ଜୋଛନାକୁ ମନ ଝୁରେ ।

ରୂପରେ କାଳିମା ଦିଶୁଥାଏ କ୍ଷୀଣ

ଚରିତ୍ର ଟି ଥିଲେ ସତ୍ୟ,

ଅଢେଇ ଦିନକୁ ରୂପର ଆୟୁଷ

ସୁଗୁଣ ସୁନ୍ଦର ନିତ୍ୟ ।



Rate this content
Log in

Similar oriya poem from Inspirational