STORYMIRROR

MADHU MITA

Tragedy

3  

MADHU MITA

Tragedy

ରୁଟି କାହାଣୀ

ରୁଟି କାହାଣୀ

1 min
12.4K

ଦି ଦିନ ଓପାସରେ ପିଲାଙ୍କୁ ଦେଖି

ମା ମନଟି ଆଉ ସହି ପାରିଲାନି

ଅନେକ ଦିନରୁ ଆସୁଥିବା ଈଶାରା ଆଗରେ

ପାତି ଦେଲା ତା ଛିଣ୍ଡା ପଣତକାନି

ଦି ପଟ ରୁଟି

ଦାଗ ବଦଳେ ଭୋକ ନେଇଗଲା


ରୁଟି ଖୁଆଇବାକୁ କୁକୁର ପଛରେ ଦୋୖଡି ଯାଉଥିଲା

ଫାଟକ ସାମ୍ନାରେ ଥିବା ଭୋକିଲା ଶିଶୁଟିକୁ ଦେଖି

ଚାକର ବାଡ଼ି ଉଁଚେଇ ଗୋଡ଼େଇ ଆସିଲା

କୁକୁର ମୁହଁ ବୁଲେଇ ଫୁଲେଇ ହୋଇ ଚାଲୁଥିଲା

ଦି ପଟ ରୁଟି

ମଣିଷକୁ କୁକୁରଠୁ ବି ହୀନ କରିଦେଲା


ନିର୍ବାଚନର ଫିକର ଫନ୍ଦି..ଜିତିବା ଆଶା ନେଇ

ଗରିବ ଅଛବ କୁଡିଆରେ ବାବୁ ଖାଇ ବସିଲେ

ବାହାରେ ଜନସମୁଦ୍ର.. ଏ ଦୟା ଭାବ ଦେଖି

ଧନ୍ୟ ଧନ୍ୟ କହି ଜୟକାର କରି ଯାଉଥିଲେ

ଦି ପଟ ରୁଟି

ରାତାରାତି ବାବୁଙ୍କୁ ପ୍ରସିଦ୍ଧି ଦେଇଗଲା


ଦିନ ସାରା କାମ କରି ଥକି ଯାଇ ମଧ୍ୟ

ଶାଶୁ ସ୍ବାମୀଙ୍କ ଆଗରେ ଅପରାଧିନି ସାଜିଲା

ରୁଟି ଟିକେ ପୋଡ଼ି ଯାଇ ଥିବାରୁ ହାୟେ

ସବୁ ସମ୍ପର୍କ ଛାଡପତ୍ରରେ ଶେଷ ହୋଇଗଲା

ଦି ପଟ ରୁଟି

ଜନ୍ମଜନ୍ମନ୍ତର ଡୋରିକୁ ଛିଣ୍ଡାଇ ପାରିଲା


ସୀମା ଏପାରିରେ ରହି ଭୋଜନ ସମୟେ

ଶତ୍ରୁକୁ ଭୋକିଲା ଦେଖି ଦୁଃଖ ଲାଗିଥିଲା

ନିଜ ଖାଦ୍ୟରୁ କିଛି ଭାଗ ଦେଇ

ସେନାଟି ମାନବିକତା ପ୍ରମାଣ କରିଦେଲା

ଦି ପଟ ରୁଟି

ମଣିଷ ପଣିଆର ଉଦାହରଣ ସାଜିଲା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy