Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Abstract

4  

Suresh chandra Padhy

Abstract

ରୁକ୍ମଣୀ ବିବାହ

ରୁକ୍ମଣୀ ବିବାହ

1 min
400



ଆସ ସଜନୀ ସଜାଇ ଦେବା 

ଆମ ରୁକ୍ମଣୀଙ୍କୁ

ବଧୂ ହୋଇ ବସି ଛନ୍ତି ଆସିବେ

ଶ୍ରୀ କୃଷ୍ଣ ନେବାକୁ

ଗୌରୀ ମାତା ହେବେ ପ୍ରସନ୍ନ

ଶ୍ରୀ କୃଷ୍ଣ ଦେବେ ଦର୍ଶନ

ଚିଠି ଦେଇଛନ୍ତି ସୁଦାମା ବ୍ରାହ୍ମଣକୁ

ଶ୍ରୀ କୃଷ୍ଣ ଆଣିବେ ତୁମ ପାଇଁ ରଥ କୁ


ରୁକ୍ମଣୀ ତୁମେ ଲକ୍ଷ୍ମୀ ଙ୍କ ଅବତାର

ବିଷ୍ଣୁ ଙ୍କ ସାଥେ ହେବ ଭେଟ ତୁମର

ଶ୍ରୀ କୃଷ୍ଣ ତୁମକୁ ହରଣ କରିନେବେ

ଦ୍ଵରିକା ପୁରେ ପାଟ ରାଣୀ କରିବେ


ଶ୍ରୀ କୃଷ୍ଣ ବୁଝି ପାରିବେ ରୁକ୍ମଣୀ ମନକୁ

ହରି ନେବେ ତୁମର ସବୁ ତ ଦୁଃଖ କୁ


ହୃଦୟ ରେ ଶ୍ରୀ କୃଷ୍ଣ ଙ୍କୁ ଭଲ ପାଇଲ

ଶ୍ରୀ କୃଷ୍ଣ ଙ୍କ ପାଇଁ ସବୁ ତ୍ୟାଗ କଲ

ଶ୍ରୀ କୃଷ୍ଣ ନିଜର କରି ତୁମକୁ ନେବେ

ତୁମ ହାତ ଧରି ରଥେ ବସାଇ ଦେବେ


ଆସ ସାଖି ଦେଖିବା ରୁକ୍ମଣୀ କୃଷ୍ଣ ଙ୍କୁ

ବିବାହ ଉତ୍ସବେ ଦେଖିବା ଯୁଗଳ ମୁର୍ତ୍ତି ଙ୍କୁ ।।



Rate this content
Log in

Similar oriya poem from Abstract