STORYMIRROR

Amitav Sahu

Abstract

2  

Amitav Sahu

Abstract

ରୁଗ୍ଣ ବସନ୍ତ

ରୁଗ୍ଣ ବସନ୍ତ

1 min
100

ଯୋଉ ବସନ୍ତରେ ଦିନେ

ପୃଥିବୀଟା ଦିଶୁଥିଲା

ନୀଳନୀଳ ଛଳଛଳ ଶ୍ୟାମଳ ଗହଳ

ମହମହ ବାସୁଥିଲା ବକୁଳ

ରହିରହି ରାବୁଥିଲା କୋକିଳ

ଟହଟହ ଫୁଲଫଳ


ଏବେ ବସନ୍ତରେ

ନା ଶ୍ୟାମଳ

ନା ବକୁଳ

ନା କୋକିଳ

ନା ଫୁଲଫଳ

ବିପର୍ଯ୍ୟସ୍ତ ପୃଥିବୀ

ବାରୁଦର ଦିଗବଳୟ


ତତଲା ମାଟି

ରୋଗିଣା ପାଣି, ପବନ

ଅସଜଡା ପ୍ରକୃତି

ବିଷର ଜ୍ଵଳାରେ

ବିକଳାଙ୍ଗ ବିଶ୍ଵ


ମୁଖାପିନ୍ଧା ଜୀବ

ତାଜା ତାଜା ରକ୍ତ

ଖିନଭିନ ଦେହ

ହତ୍ୟା ଆତ୍ମହତ୍ୟା

ଜଳାପୋଡା ହିଂସା

କଳହ ଅଶାନ୍ତ କୋଳାହଳ


ପଥଭ୍ରଷ୍ଟ ମଣିଷ

ମାଟି, ପାଣି, ପବନ, ପ୍ରକୃତିକୁ

କରିଛି ହରଣ

ତେଣୁ ବୋଧେ ଆଜି

ବସନ୍ତ ରୁଗ୍ଣ... ବସନ୍ତ ରୁଗ୍ଣ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract