STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ରତ୍ନାକର ଚଂପୂ (ଯ)

ରତ୍ନାକର ଚଂପୂ (ଯ)

1 min
393


ରାଗ ବରାଡି

ଯଦୁମଣି ଯିବେ ପୁଣି ଯାମିନୀ ନ ସରେ ଆଉ ନାହିଁ ନାଡି (ପଦ)

ଯନ୍ତର କି ଜାଣୁ ଯେବେ,ଯେମନ୍ତ ହୋଇଲେ ଜବେ,

ଯାତ୍ରା ଅନୁକୂଳମୂଳ ଦେ ଉପାଡି (1)

ଯୁଗ୍ମ ନୋହିଥିଲେ କ୍ଷଣେ, ଯୁଗୁଁ ମୁଁ ଅଧିକ ମଣେ,

ଯୁବଚନ୍ଦ୍ର ତ ଆମ୍ଭର ଲାଗି ଶାଢୀ (2)

ଯମରୁ ଦାରୁଣ ମାରଯବନଶର ପ୍ରହାର,

ଯାତନାକୁ କେ ଆମ୍ଭର ଦେବ ଆଡି (3)

ଯୁବ ତ୍ରିନେତ୍ର ଅଞ୍ଜନ,ଯାମଳତରୁଭଞ୍ଜନ,

ଯେବେ ଯିବେ ନୋହିବେଟି କେ ଆଗାଡି (4)

ଯତ୍ନେ କବିରବି ବୋଲେ, ଯୋଗଥିଲାଏ କି ଭାଲେ,

ଯାବନ୍ତ ତେଜିଲା ତହିଁ କରତାଡି (5)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics