ରତ୍ନାକର ଚଂପୂ (ଠ)
ରତ୍ନାକର ଚଂପୂ (ଠ)
ରତ୍ନାକର ଚଂପୂ
ଚୌପଦୀ ରତ୍ନାକର
ଠ
ରାଗ - ମୁଖାବରୀ
ଠଣ ଚନ୍ଦ୍ରମୁହିଁ ରେ ଠଉରିବି କେହି ରେ (ପଦ)
ଠକ ମୁଁ ବୋଲେ ମାନସେ,ଠୁଳ କଲେ ଶଙ୍କାଲେଶେ (1)
ଠ ବର୍ତ୍ତୁଳ ସ୍ତନେ ନଖ ଠୁକିଲେ ହେଲେ ବିମୁଖ (2)
ଠାରି ନାହିଁ ନୟନନ୍ତେ, ଠାକୂରଙ୍କ ରାଣ ମୋତେ (3)
ଠାଣେଦାର ରଣ ରଣ, ଠୋ କରି ନେବ ମୋ ପ୍ରାଣ (4)
ଠ ପରି ଜଗତ ଦିଶେ, ଠିକେ କବି ରବି ଭାଷେ (5)
କବି ସୂର୍ଯ୍ୟବଳଦେବ ରଥ
