STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ରତ୍ନାକର ଚଂପୂ (ଥ)

ରତ୍ନାକର ଚଂପୂ (ଥ)

1 min
276

ରତ୍ନାକର ଚଂପୂ

ଚୌପଦୀ ରତ୍ନାକର

ରାଗ - ଧନାଶ୍ରୀ

ଥରେ ଏକାନ୍ତରେ ସିନା କହିଥିଲି ସହୀକି,

ସ୍ଥାପିତ ନକରି ଦୁର୍ଜନଙ୍କ ଆଗେ କହି କି (ପଦ)

ଥିଲାଠାରେ ବିଶ୍ୱାସ କପଟ ପାରେ ରହିକି

ଥୋଇବା ହୃଦୟେ ଖ୍ୟାତି ପୂର୍ଣ୍ଣକରେ ମହୀ କି (1)

ସ୍ତାବର ଜଙ୍ଗମେ ଶ୍ୟାମ କାହା ହୃଦେ ନାହିଁକି,

ଥିଲା ମୋ ଲଲାଟପଟେ ଏ ଅଯଶ କାହିଁକି (2)

ଥାପିପଣ ଥିବାର ସଜ୍ଜନଗୁଣ ଏହିକି,

ସ୍ଥାୟୀ କଲି ବିଷାର୍ଜନ କ୍ଷୀର ଦେଇ ଅହିକି (3)

ସ୍ଥିର ପୀରତିବଲ୍ଲୀକି ଦମ୍ଭାନଳେ ଦହିକି,

ସ୍ଥଳଆଳୀମାନଙ୍କର ଏ ଦ୍ୱେଷକୁ ମୁହିଁ କି (4)

ସ୍ଥିରାଚକ୍ରେ ଜଣେବୋଲି ଜାଣଇ ସୁମୁହୀଁକି,

ଥରୁଥାଏଁଟି ମୁଁ କବିରବି ସାକ୍ଷୀ ଚହିଁକି (5)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics