STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ରତ୍ନାକର ଚଂପୂ (ଶ)

ରତ୍ନାକର ଚଂପୂ (ଶ)

1 min
240

ରତ୍ନାକର ଚଂପୂ

ଚୌପଦୀ ରତ୍ନାକର

ଗାଗ  ତୋଡିମୁଖାବରୀ

ଶ୍ରୀହରି ହେ ରଜନୀ ପାହିଲା, ଶତପତ୍ର ବନରୁ ପବନ ମନ୍ଦ ମନ୍ଦବହିଲା,

ଶମନ ଭଗିନୀର ନୀରଜାଘ୍ରିଂମୂପୁର ପରିପୁରିତ ମନୋରଥ ରଥାଙ୍ଗ ସ୍ୱର,

ଶଶିକର ଶାକର ନିଜର ଅସ୍ତ୍ରଧର ବର ଚୂଳକୁ ମାତ୍ର ଚାହିଁଲା  ( ପଦ)

ଶ୍ରମ ସିନ୍ଧୁ ମଧ୍ୟେ କେ ସାହସ ତରୀ ବାହିଲା,

ଶଙ୍କା ଲେସ ହେଲେ ଦିବ୍ୟଚିତ୍ତକୁ ନ ପାଇଲା (1)

ଶମ୍ଭୁପରିପନ୍ଧା ତୂଣେ କେତେ ବାଣ ବହିଲା .

ଶୃଙ୍ଗାର ଶାସ୍ତ୍ରକୁ ନିଶି ସମୟ ନ ସହିଲା (2)

ଶାବକ ମୃଗାକ୍ଷୀ କେତେ ଜନ୍ମ ତପେ ବାହିଲା

ଶମ୍ବାୟୁଧମଣି ଶ୍ୟାମତନୁ ମନ ମୋହିଲା (3)

ଶରବିନ୍ଦୁ ସୁଧାସୂତି ନାଳକୁ କି ବହିଲା,

ଶ୍ରବଅବତଂସ କଳହଂସ ଧ୍ୱନି ନୋହିଲା (4)

ଶମ୍ବରାରି ସଉଚିକ ଏ ଭୀତିକି ବହିଲା,

ଶରସୂଚୀରେ ଶରୀର ଯୁଗ ଗାଢେ ସିଇଁଲା (5)

ଶୂରକବିକର ପଦକଞ୍ଜତଳେ କହିଲା

ଶେଷ ଆଜ ନିଶାକୁ ରହିଲେ ପଛେ ରହିଲା (6)

କବିସୂର୍ଯ୍ୟ ବଳଦେବ ରଥ


Rate this content
Log in

Similar oriya poem from Classics