STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ରତ୍ନାକର ଚଂପୂ (ସ)

ରତ୍ନାକର ଚଂପୂ (ସ)

1 min
348


ରତ୍ନାକର ଚଂପୂ

ଚୌପଦୀ ରତ୍ନାକର

ରାଗ  ଭୈରବ


ସାଢୀ କାହିଁ ଦେବଟି ହେ, ସଙ୍କୋଚେ ମୋର ପ୍ରାଣ ଯିବଟି ହେ,

ସୁନ୍ଦର ଏ ମଲି, ଏ ବଡ ଛଇଳି, ଛାଉଲିରେ ଜାତି ନେବଟି ହେ (ପଦ)

ସାକ୍ଷାତ ଦେଖିଲେ ହେଲେ ଲୋଚନେ, ସମସ୍ତଙ୍କୁ ଜଟି ହୁଏ ବଚନେ,

ସାଧିଅଛି ଏ କି ସର୍ବଜ୍ଞ ଦେବୀ କିଏହାକୁ ପା ରିବ କେ ବଟି ହେ (1)

ସହସ୍ର କୋଟି ସପତଟି ମୋର, ସତେ କାହିଁ ଛପାଇଛ ଅମ୍ବର,

ସୁନାପୁଅ ପରା, ସଖି ଆଗେ ଧରା ନ ପଡୁ ମୋତେ ରଖିବଟି ହେ (2)

ସୁଖ ସଙ୍ଖାଲି ହେ ଦୁଃଖପାସୋରା, ସେ ବିଧିକି ନ ମଙ୍ଗିବାରୁ ପରା,

ସଢାଉଛ ଲାଜ ଯନ୍ତ୍ରେ ନିଶି ଆଜ, ସବୁ ସେହିପରି ହେବଟି ହେ (3)

ସରୁ କଟୀରେ ପାତଚେଳ ଭିଡି, ସୀମା ପାର କରିଅଛ ମୋ ଶାଢୀ,

ସମର୍ପିତ ଜନ, ସଙ୍କୋଚରେ ଲୀନ, ହେଲେ ଆପଣା ଲାଘବଟି ହେ (4)

ସଂସାରେ ନଥିବାର ତୁମ୍ଭ ସ୍ନେହ, ସୁରତ ସରିଲେ ସହାୟ ନୁହ,

ସରୋଜାକ୍ଷିଜାତି, କଦମ୍ବ ବ୍ରତତୀ ମନ୍ଦିରେ ସପନ ଦେଖିବଟି ହେ (5)

ସମ୍ପାଦିଛ ସତେ କାହିଁ ଆପଣ, ସୀମନ୍ତିନୀକି ସଢାଇବା ଗୁଣ,

ସ୍ମରୁଥିବ ଅନୁଦିନେ କବିଭାନୁ ରାୟଗୁରୁ ବଳଦେବ ଟି ହେ (6)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics