STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ରତ୍ନାକର ଚଂପୂ (ଞ)

ରତ୍ନାକର ଚଂପୂ (ଞ)

1 min
236

ରତ୍ନାକର ଚଂପୂ

ଚୌପଦୀ ରତ୍ନାକର

ରାଗ - ବରାଡି

ନୟନ ନିମିଷେ ନିଦ, ନରଖି, ନରଖିତ ମୁୱ

ତୋ ପଦ - ମଞ୍ଜୀର -ଶିଞ୍ଜିତେ ଖଞ୍ଜି କାନ,

ନୀରେଖି ବସିଛି ପଥ,

ନ ପୂରୁ ମୋ ମନୋରଥ,

ହୋଇଲୁ ତୋ ଦୁଃଖର ନିଦାନ ରେ,

ନଚଦେହା,ନିର୍ଦ୍ଦୟତା ପ୍ରକଟ ହୋଇଲା,

ନକହିଲୁ ତ କନକ- ନିନ୍ଦା ନଉସନ୍ଧାଧିକ,

ଗଉରାଙ୍ଗୀ ଶୁଣି କି ବୋଇଲା ରେ (1)


ନଉକରଗଣେ ଜଣେ, କରି ମୋତେ ଅନୁକ୍ଷଣେ,

ରଖିବାକୁ କଲା ଟିକି ସହି, ନିରାଶ ଭାରତୀ ଅବା,

ଜଳପିଲା ନବ ଜବା ଦଶନ - ବସନା ପ୍ଗାଣସହି ରେ ନତଦେହା,

ନିଃସଂଶୟ କରି କହ କହ, ନରଖିବାକୁ ନିର୍ଲ୍ଲଜ୍ଜ,

ପ୍ରାଣକୁ ମୁଁ ହେବି ସଜ, ଯେବେନାହିଁ ବାଳା ଅନୂଗ୍ରହ ରେ (2)


ନୀପ ନିକୁଞ୍ଜ ନିକଟ, ନଟନ କେଳିଲମ୍ପଟ ହୋଇ ହରୁଥିଲିସୁଖେ

କାଳ, ନିର୍ଦୋଷରେ ବିନ୍ଧି ନେତ୍ର, ଅନିମିଷ କଙ୍କପତ୍ର,

ଟାଳିଲା ମୋ ଜ୍ଞାନଲତା ମୂଳ ରେ, ନତଦେହା,

ନିର୍ମାଣ ସମୟ ହେଲେ ଆସି, ନଶଙ୍ଖୋଳି ଅକିରତି,

ନେଲାତ ରତି ମୁରତି ନିଶାକରକର ଦରହାସି ରେ (3)


ନବୀନ ନାଗରୀ ନନ୍ଦନନ୍ଦନ ମନ ଆନନ୍ଦ,

 ନଦୀ ବନେ ମଜ୍ଜାଇଲାବୋଲି,

ନିଖିଳ ଲୋକେ ଏ ଗିର, ନଟୀକି ନଚାଇବାର,

ଯଶ ନ ରୁଚିଲା ଦେଲା ପେଲି ରେ

ନତଦେହା,ନିନ୍ଦା ଅରବିନ୍ଦାକ୍ଷୀ ପାଇଲା,

ନିର୍ଜରନଗରୀମଣିକୁଟ୍ଟିମେ ବଢାଇ ପୁଣି ନିଃସ୍ରେଣୀଟି

କାଟି ପକାଇଲା (4)


ନବନୀତୁଁ ସୁକୁମାର, ହିଶେ ଦେହଟି ରାମାର,

ନିରପରାଧ ନିଷ୍ଠୁରମନ, ନାରୀକେଳ ଫଳ ଲୀଳା

ଉରୋଜେ ବହିଛିବାଳା, ସେପରି ନୁହଁଇ ଅପଘନ ରେ ନତଦେହା,

ନଘେନିଲା ଦୁଃଖ ଲବେ ହେଲେ ,

ନଘେନୁ ଘେନୁ ଶରଣ ତାହାର

 ଚାରୁ ଚରଣ କବି ରବି ରାୟଗୁରୁ ବୋଲେ ରେ (5)

କବି ସୂର୍ଯ୍ୟବଳଦେବ ରଥ



రచనకు రేటింగ్ ఇవ్వండి
లాగిన్

Similar oriya poem from Classics