STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ରତ୍ନାକର ଚଂପୂ (ଣ)

ରତ୍ନାକର ଚଂପୂ (ଣ)

1 min
294

ରତ୍ନାକର ଚଂପୂ

ଚୌପଦୀ ରତ୍ନାକର

ରାଗ - ପୂରବୀ


ଅନାଇ ନାହିଁ ନାଗରମଣିକି ମୁଁ କାଳେ (ପଦ)

ଅନେକ ପ୍ରକାରେ ପ୍ରେମ, ଆଚରେ ଅତସୀଶ୍ୟାମ,

ଅଙ୍ଗୀକାର କରିନାହିଁ କାଳେ (1)

ଅହିତ ଜନ ନ ସହେ, ଅପବାଦ କଥାକହେ,

ଅଛି ଏହା ଲେଖା ମୋ କପାଳେ (2)

ଅମୃତ ବାଣୀ ବିଳାସେ, ଅନଙ୍ଗ ମୋହନ ବେଶେ

ଉପବନେ ଅୟନ ଓଗାଳେ (3)

ଆଉ କେତେ କେତେବେଳେ, ଅମ୍ଳାନ କେତକୀ ଦଳେ

ଅରଜି ବନାଇ ବନୁ ଚାଳେ (4)

ଅତର୍କିତ ଜାଣି କାଳ, ଅଙ୍କିତ କରେ ମୋ ଗଳ,

ଆପଣେ ଗୁନ୍ଥିବା ଫୁଲମାଳେ (5)

ଅଘ୍ରିଂକି ମୋ କବି ଭାନୁ ଅଟକି ଭଜିବା ଦିନୁ,

ଅଲଘ୍ୟଂ କରି ମୁଁ ପରିପାଳେ (6)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics