STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ରତ୍ନାକର ଚଂପୂ (ଙ)

ରତ୍ନାକର ଚଂପୂ (ଙ)

1 min
295



ରାଗ -- କାମୋଦୀ

ନିଦ ନାହିଁଟି ନଟବରକୁ ଗୋ, ନେତ୍ରୁ ନିରତେ ମୁଞ୍ଚେ ନୀରକୁ ଗୋ

ନ ଲଭିବାର ନବନୀତାଙ୍ଗି ତୋ ପଲ୍ଲବଅଧର ମଧୁରନିର୍ଝରକୁ ଗୋ (ପଦ)

ନୂଆନାଗରୀ କେତେ ନାହାନ୍ତି ଏ ଜଗତେ ନଚାଇ ନୟନାନ୍ତେ ସ୍ମରକୁ ଗୋ,

ନିର୍ମଳ କେଡେ ତୋର, ପୂର୍ବପୁଣ୍ୟ ନାଗର, ନଚିନ୍ତେ ତୋ ବିନା ଇତରକୁ ଗୋ (1)

ନିପଟ ତୁ କପଟୀ, ନୋହୁ ତୁ ଆମ୍ଭେ ହଟି, ହଟି ସିନା ତୋ ବିଦ୍ୟା ତରକୁ ଗୋ

ନଉକରିକି ବାଇ ହେବାଯାଏ ଲଗାଇ ଜାଣୁ ତ ମୋହନ ମନ୍ତରକୁ ଗୋ (2)

ନିୟମକରୁ ପରା, ନାହିଁ ଶିଖଣ୍ଡଝରା, ଚାହିଁ ମୁଁ ବୋଲି ଥର ଥରକୁ ଗୋ,

ନୟନ ବାଣ ତୋର ନବାଜି ନିକି ସ୍ମର, ନୀଳ ଦେହରେ ଦେଲା ଜ୍ୱରକୁ ଗୋ (3)

ନ ଜାଣି ଅବା ଜାଣି, ବଢାଇ ଦେଲୁ ପାଣି, ବ୍ୟୋମ ସଞ୍ଚାରୀ କଳାକରକୁ ଗୋ,

ନ ହସୁ ଜନ ଯେବେ, ଉପାୟବଳେ ଏବେ ଅଣାଅ ତାକୁ ନିଜ କରକୁ ଗୋ (4)

ନଳିନୀଦଳ ଶେଯ, ନେତ୍ରେ ଦେଖିଲି ଆଜ, ନୀରଦନିଭ କଳାବରକୁ ଗୋ,

ନାସାଗ୍ରେ ଶ୍ୱାସ ବହେ, କବି ମିହିର କହେ ସମୁନ୍ଧର ଈଦୃଶ ଜନକୁ ଗୋ (5)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics