STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ରତ୍ନାକର ଚଂପୂ (ମ)

ରତ୍ନାକର ଚଂପୂ (ମ)

1 min
399

ରତ୍ନାକର ଚଂପୂ

ଚୌପଦୀ ରତ୍ନାକର

ରାଗ ଶୋକକାମୋଦୀ

ମନ୍ଦହାସି ଯିବା ଆସ ରେ (ପଦ)

ମହେନ୍ଦ୍ରମଣି ମୂରତି ପୁଣି ମନେ ସଙ୍କଳ୍ପିଛନ୍ତି ରାସରେ (1)

ମୁରଲୀଯନ୍ତ୍ର ମୋହନମନ୍ତ୍ର ମୋହି ନେଲାଣି ମୋ ମାନସରେ (2)

ମୃଦୁଲଳିତ ମଧୁରଗୀତ ମନାକଲାଣି କୁଳତ୍ରାସ ରେ (3)

ମାତି ସସ୍ନେହେ ମୁକୁନ୍ଦଦେହେ ମଶି ଖଞ୍ଜିବା ବାହୁ ପାଶରେ (4)

ମୁଖୁ ତାହାର ମରନ୍ଦାହାର ମାଗ ଦଶନେ ଧରି ଘାସ ରେ (5)

ମହା ପ୍ରଚଣ୍ଡ ମଦନକାଣ୍ଡ ମୁନେ ହେବଟି ପ୍ରାଣ ନାଶ ରେ ( 6)

ମହୀଗୀର୍ବାଣେ ମୁଖ୍ୟ ଯେ ଭଣେ ମାନସୁ କଲା ଫରମାସ ରେ (7)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics