STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ରତ୍ନାକର ଚଂପୂ (ଦ)

ରତ୍ନାକର ଚଂପୂ (ଦ)

1 min
308


ରାଗ - ହସନ୍

ଦରହାସି, ଦମ୍ଭତୋୟମୟ ଜଳରାଶି ରେ (ପଦ)

ଦୂରୁ ହେଲେ ନଟବର, ଦେଖା କେଭେ ନାହିଁ ତୋର, ଦଶନବ୍ରଣ

ଅଧର ଦଳେ ବିଳସେ କାହାର, ଦୟାବତି ତୁ କେଡେ ସାହସ ରେ (1)

ଦର୍ପକ ଦର୍ପଦଳନ, ଦିବ୍ୟ ପରିମଳ ଧନ ଦେହରେ ଦୋର୍ମୂଳ

ସ୍ତନଦ୍ୱୟରେ ନଖଲାଞ୍ଛନ, ଦଇବ କି, ଦେଇଗଲା ଆସି ରେ (2)

ଦିବାନିଶି ତ ମୁଁ ତୋର ଦେହ ବିହିଲୁ ଯେ ପର, ଦିନେଶତନ୍ନୟା ତୀର,

ଦ୍ରୁମଦୋହଦ ନିଜର,ଦରବାରେ, ହେଲୁଣି ଦୋଭାଷୀ ରେ (3)

ଦୁଇଚରଣ ସାରସେ ଦେବାର ଶିଖଣ୍ଡ ଶେଷେ, ଦେଖିଲି ଯାବକ ରସେ,

 ଦୋଷ କି କିଶୋରର ସେ, ଦ୍ରବି କବିରବି ଅଛି ଭାଷି ରେ (4)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics