ରଥଯାତ୍ରା
ରଥଯାତ୍ରା
ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ
ରଥଯାତ୍ରା ପ୍ରଭୁଙ୍କର,
ଚତୁର୍ଦ୍ଧା ମୁରତୀ ରଥପରେ ବସି
ଯାଆନ୍ତି ଗୁଣ୍ଡିଚାଘର ।
ଜନ୍ମ ବେଦି ସେ ତାଙ୍କର,
ବରଷକେ ଥରେ ବୁଲିଯିବା ପାଇଁ
କଥାସେ କେଉଁ ଯୁଗର l
ଦେବଦଳନରେ ସୁଭଦ୍ରାଙ୍କ ସହ
ରକ୍ଷାକାରୀ ସୁଦର୍ଶନ,
ତାଳଧ୍ଵଜ ପରେ ବଲଭଦ୍ର ବିଜେ
ନନ୍ଦିଘୋଷେଜଗା ଆମ l
ନନ୍ଦିଘୋଷ ରଙ୍ଗ ନାଲି ହଳଦିଆ
ଚକତାର ଯେ ଷୋହଳ,
ତାଳଧ୍ଵଜ ରଙ୍ଗ କଳା ଓ ଶାଗୁଆ
ଚଉଦ ଚକ ଗହଳ l
ସୁଭଦ୍ରାଙ୍କ ରଥର ରଙ୍ଗ ହୋଇଥାଏ
ନାଲି ଆଉ କଳା ମିଶି,
ଚକଟି ତାହାର ବାଆର ଅଟଇ
ସବୁମିଶି ବୟାଲିଶି l
ଚୌରାଶୀ ଚକର ଅଟେ ଏହି ଯାତ୍ରା
ଯିବା ଆସିବା କୁ ମିଶି,
ଦର୍ଶନ କରିଲେ କେତେ ଜନମର
ପାପ ଯାଇଥାଏ ନାଶି l
ରଥପଥ ସବୁ ସଜ ହୋଇଲାଣି
ବାଜିବ କେତେଯେ ବାଜା,
ଗୁଣ୍ଡିଚା ଦିନ ପହଣ୍ଡିରେବିଜେ
ହୋଇବେ କାଳିଆ ରଜା l
ସଙ୍ଗରେ ଭଉଣୀ ଭାଇ,
ଗୁମୁଟ ଭିତରୁ ବାହାରି ଆସିବେ
ମଥାରେ ଟାହିଆ ନାଇ,l
ସୁଦର୍ଶନ ଭଦ୍ରାବିଜେ,
ବଡ଼ଭାଇ ଙ୍କର ଆସିଯିବାପରେ
ଆସିଥାନ୍ତି ଶେଷେ ନିଜେ l
ତିନିରଥେ ଛେରା ପହଁରା କରିବେ
ଗଜପତି ମହାରାଜା,
ଭକ୍ତ ମାନେ ରଥ ଟାଣି ଟାଣି ନେବେ
ଦଉଡି ହେଲାଣି ସଜା ।
ବଡ଼ ଦାଣ୍ଡେ କେତେ ସଂକୀର୍ତ୍ତନ ଦଳ
ଭଜୁଥିବେ ହରିନାମ,
ଗୋଟି ପୁଅ ନାଚ ବନାଟି ଖେଳରେ
କମ୍ପୁଥିବ ପୁରୀ ଧାମ ।
ସରଗ ପୁରୀରୁ ଆସି
ଦେବ ଦେବୀ ମାନେ ଦରଶନ କରି
ମନେ ହେଉଥିବେ ଖୁସି l
ଘରଘର ନାଦେ ରଥ ଚାଲୁଥାଏ
ବଡ଼ ଦାଣ୍ଡ ଦୁଲୁକେଇ,
ଜନ୍ମ ବେଦିରେ ପହଞ୍ଚିଯାଆନ୍ତି
ଗୁଣ୍ଡିଚାମା ଥାନ୍ତି ଚାହିଁ l
ଆଡ଼ପ ମଣ୍ଡପେ ବିଜୟ ହୁଅନ୍ତି
ନୀତିକାନ୍ତି ହୋଇଥାଏ,
ଆଡ଼ପ ଅଭଡ଼ା ପ୍ରଭୁଙ୍କ ପାଶରେ
ସେଇଠାରେ ଲାଗିଁହୁଏ l
ହେରା ପଞ୍ଚମୀ ରେ ଲକ୍ଷ୍ମୀଠାକୁରାଣୀ
ରାଗେ ହୋଇ ଜର ଜର,
ରଥ କାଠ ଭାଙ୍ଗି ବାହୁଡ଼ି ଆସନ୍ତି
ଅଭିମାନେ ଶ୍ରୀମନ୍ଦିର l
ବାହୁଡନ୍ତି ପ୍ରଭୁ ବାହୁଡା଼ ଯାତ୍ରାରେ
ଭାଇ ଭଉଣୀଙ୍କୁ ନେଇ,
ବାଟେ ରହି ଟିକେ ମାଉସୀ ମନ୍ଦିରୁ
ପୋଡପିଠା ଭୋଗ ଖାଇ,
ବଡଦାଣ୍ଡେ ହୋଇ ସୁନାବେଶପୁଣି
ଅଧର ପଣା କୁ ପାଇ l
ନବଦିନ ଯାତ୍ରା ସାରି,
ଫେରିଆସିଥାନ୍ତି ବଡ଼ ଦେଉଳକୁ
ପ୍ରଭୁ ନିଳାଦ୍ରୀ ବିହାରୀ l
