STORYMIRROR

Sarmistha Palai

Inspirational

4  

Sarmistha Palai

Inspirational

ରଥଯାତ୍ରା

ରଥଯାତ୍ରା

1 min
220


ରାଜା ଇନ୍ଦ୍ରଦ୍ୟୁମ୍ନ, ଗୁଣ୍ଡିଚା ରାଣୀଙ୍କ

  ଇଚ୍ଛାକୁ ପୂରଣ କଲୁ।

ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ

  ରଥଯାତ୍ରା ଭିଆଇଲୁ।(୧)


ଗୁଣ୍ଡିଚା ଯାତରେ ଚତୁର୍ଦ୍ଧା ମୁରତୀ

  ବିଜେ କରିଥାନ୍ତି ରଥ।

ଘଣ୍ଟ ଘଣ୍ଟା ନାଦେ ବଡ଼ ଦାଣ୍ଡ କମ୍ପେ

  ରଥେ ହସେ ଜଗନ୍ନାଥ।(୨)


ଫୁଲର ଟାହିଆ ମସ୍ତକେ ଦୋହଲେ

  ପହଣ୍ଡି ଚାରି ଠାକୁର।

ଦେଖି ଦେଲେ ଥରେ ଆଖି ଲାଖି ଯାଏ

  ବେଶ ଯେ' କେତେ ସୁନ୍ଦର।(୩)


ବରଷକେ ଥରେ ମାଉସୀ ଘରକୁ

  ଯିବ ତ' କଳା ବାମନ।

ଭାଈ, ଭଉଣୀଙ୍କୁ ସାଙ୍ଗରେ ଧରିକି

  ଉଚ୍ଛନ୍ନ ହେଲାଣି ମନ।(୪)


ରଥ ଯାତରାର ଭିନ୍ନ ଭିନ୍ନ ନାମ

  ରହି ଅଛି ଶାସ୍ତ୍ର ମତେ।

ଗୋଟି ଗୋଟି କରି ମୁହିଁ ବଖାଣୁଛି

  ସ୍ମରଣେ ରଖ ଭକତେ।(୫)


ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ

  ପତିତପାବନ ଯାତ୍ରା।

ଉତ୍ତରାଭିମୁଖୀ ଯାତ୍ରା, ନବଦୀନାତ୍ମକ

  ଦଶାବତାରର ଯାତ୍ରା।(୬)



ଗୁଣ୍ଡିଚା ମହୋତ୍ସବ, ଆଡ଼ପ ଯାତ୍ରା

  ଏହା ଅଟେ ଭିନ୍ନ ନାମ।

ରଥଯାତ୍ରାରେ ଅଛି ଅଷ୍ଟାଙ୍ଗ ବିଧି

  ଯାହା କହିଛି ପୁରାଣ।(୭)


ନନ୍ଦିଘୋଷ ରଥେ ଷୋଳ ଗୋଟି ଚକ

  ଉଚ୍ଚତା ଯେ' ଛଅ ଫୁଟ।

ରଥ ଦଉଡିର ନାମ ଶଙ୍ଖଚୂଡ଼

  ସାରଥୀ ଅଟେ ଦାରୁକ।(୮)


ନାଲି, ହଳଦିଆ ରଙ୍ଗ କପଡ଼ାରେ

  ରଥାବରଣ ଯେ' ହୁଏ।

ଗରୁଡ଼, ହନୁମାନଙ୍କ ଚିତପଟ

  ପତାକାରେ ଶୋଭା ପାଏ।(୯)


ତାଳଧ୍ୱଜ ରଥେ ଚଉଦ ଟି' ଚକ

  ଛଅ ଫୁଟ ଛଅ ଇଞ୍ଚ।

ରଥ ଦଉଡିର ନାମ ତ' ବାସୁକୀ

  ସାରଥୀ ଅଟେ ମାଳତୀ।(୧୦)


ନାଲି ଓ ସବୁଜ ରଙ୍ଗ କପଡ଼ାରେ

  ରଥାବରଣ ତ' ହୁଏ।

ଧ୍ୱଜପମୂର୍ତ୍ତିରେ' ଲଷ୍ମୀନୃସିଂହ ତ'

  ତାଳଧ୍ଵଜେ ରହିଥାନ୍ତି।(୧୧)


ଦର୍ପଦଳନ ରଥରେ ବାର ଚକ

  ଆଠ ଫୁଟ ଆଠ ଇଞ୍ଚ।

ରଥର ସାରଥି ଅର୍ଜୁନ ଅଟନ୍ତି

  ଦଉଡି ତ' ସ୍ୱର୍ଣ୍ଣ ଚୂଡ଼।(୧୨)


ନାଲି ଓ କଳା ରଙ୍ଗର କପଡ଼ାରେ

  ରଥାବରଣ ଯେ' ହୁଏ।

ରଥ ପତାକାରେ ଜୟ ଦୁର୍ଗାଙ୍କର

  ପ୍ରତିଛବି ଦିଶୁଥାଏ।(୧୩)


ଶଙ୍ଖ, ବଳାହକ, ଶ୍ଵେତ, ହରିଦ୍ୱାଶ

  ନନ୍ଦିଘୋଷ ଘୋଡ଼ା ନାମ।

ତୀବ୍ର, ଘୋର, ଦୀର୍ଘଶ୍ରମ, ସ୍ୱର୍ଣ୍ଣ ନାଭ

  ତାଳଧ୍ୱଜ ଘୋଡ଼ା ଜାଣ।(୧୪)


ରୋଚିକା, ମୋଚିକା ଓ ଅପରାଜିତା

  ଜିତା, ଅଟେ ଘୋଡ଼ା ନାମ।

ଚାରୋଟି ଘୋଡାର ରଙ୍ଗ ନାଲି ଅଟେ

  ଏହାତ ଦର୍ପଦଳନ।(୧୫)


ଆଗରେ ଚାଲୁଚି ବଳଭଦ୍ର ଭାଈ

  ମଝିରେ ହଳଦୀ ମୁହିଁ।

ପଛରେ କାଳିଆ ଝୁଲି ଝୁଲି ଆସେ

  ଭକତକୁ ତାର ଚାହିଁ।(୧୬)


କର୍ମ ବେଦୀ ଛାଡି ଜନ୍ମ ବେଦୀ ଯିବ

  ଭାଈ, ଭଉଣୀଙ୍କୁ ନେଇ।

ବଡ ଦେଉଳରେ ପତ୍ନୀକୁ ଛାଡିବ

  ଦେଉଳ ଜଗିବା ପାଇଁ।(୧୭)


ଯାହା ଦୟା କଲୁ କାଳିଆ ସୁନାରେ

  ଶର୍ମିଷ୍ଠା ଭଣିଲା ଗୀତେ।

ତୋ' ଛନ୍ଦା ଚରଣେ ଶରଣ ପଶିଛି

  ଦୂରାଇ ଦେବୁନି ମୋତେ।(୧୮)



Rate this content
Log in

Similar oriya poem from Inspirational