STORYMIRROR

Prashanta Padhan

Inspirational

4.2  

Prashanta Padhan

Inspirational

ରଥଯାତ୍ରା

ରଥଯାତ୍ରା

1 min
16.9K


ସତେକି ମିଳିବ ତୁମ ଦରଶନ

ଅପେକ୍ଷାର ହେବ ଇତି ନନ୍ଦିଘୋଷ ରଥ ଛୁଇଁକି ପାରିବି

ମୋକ୍ଷ ହେବ ମୋତେ ପ୍ରାପ୍ତି ।।

ପବିତ୍ର ହୋଇବ ଏ ବେନି ନୟନ

ରଥରେ ତୁମକୁ ଦେଖି

ବହିଯିିିବ ଯେତେ ଆନନ୍ଦର ଅଶ୍ରୁ

କେମିତି ପାରିବି ରୋକି ।।

ଘୋଷଯାତ୍ରା ତୁମ ଶେଷ ହେଲାପରେ

ରହିବ ମାଉସୀ ଘରେ

ଫେରିବାକୁ ତୁୁମ ଚାହିଁଥିବି ବାଟ

ଅପଲକ ନୟନରେ ।।

ବାହୁଡିବ ତୁମେ ହେ ବାହୁଡା ବ୍ରହ୍ମ

ଗୁଣ୍ଡିଚାରୁ ଶ୍ରୀମନ୍ଦିର

ନାଟ ମଣ୍ଡପରେ ପୁଣି ତ ବାଜିବ

ଦେବଦାସୀର ଘୁଙ୍ଗୁର ।।

ନିର୍ଜନତା ଭାଙ୍ଗିି ଗହଳି ଲାଗିବ

ବାଇଶି ପାହାଚ ତଳେ

ଷାଠିଏ ପଉଠି ମହକିି ଉଠିବ

ଆନନ୍ଦ ବଜାର କୋଳେ ।।

ପୁଣି ବିରାଜିବ ରତ୍ନ ସିଂହାସନେ

ଚତୁର୍ଦ୍ଧାମୂରତି ସାଜି

ପ୍ରକମ୍ପିତ ହେବ ଶ୍ରୀମନ୍ଦିର ବେଢ଼ା

ଶଙ୍ଖଘଣ୍ଟ ଧ୍ବନି ବାଜି ।।

ସାଲବେଗ ପରି ଡାକ ମୋ ଶୁଣିବ

ଦେଖେଇବ ରଥଯାତ

ଆର ଜନମକୁ କରିବ ସେବକ

ହେବି ତୁମ ସେବାୟତ ।।


ନାମ -ପ୍ରଶାନ୍ତ କୁମାର ପଧାନ

ଗ୍ରାମ-ବୁରୋମୁଣ୍ଡ|

ଥାନା-ଗାଇସିଲାଟ

ଜିଲ୍ଲା-ବରଗଡ଼

ପିନ୍-୭୬୮୦୩୭

ମୋ-୯୯୩୭୭୪୫୪୯୭

Email-prashantapadhan6@gmail.com


Rate this content
Log in

Similar oriya poem from Inspirational