ରଥପଥ ମିତ ପ୍ରଭୁଜଗନ୍ନାଥ
ରଥପଥ ମିତ ପ୍ରଭୁଜଗନ୍ନାଥ
ରଥପଥ ମିତ ପ୍ରଭୁ ଜଗନ୍ନାଥ
ରଥପଥ ମିତ ପ୍ରଭୁ ଜଗନ୍ନାଥ
ଜଗତର ତ୍ରାଣକର୍ତ୍ତା
ଆହେ ଲୀଳାମୟ ବିଗ୍ରହ ଠାକୁର
ବିନାଭକ୍ତେ ରଥଯାତ୍ରା
ଚତୁର୍ଦ୍ଧା ମୂରତୀ ଭୁଲିଲ କେମିତି
ଭକତ ପ୍ରେମର ଛିଟା
ଆହେ କୃପାସିନ୍ଧୁ ଝରେ ଲୁହବିନ୍ଦୁ
ସମ୍ପର୍କେ ପଡିଛି ଭଟ୍ଟା
ଅପୂର୍ବ ମିଳନ ପଡିଛି ମଳିନ
ଛାର ମହାମାରୀ ପାଇଁ
କେମିତି ସହୁଛ ପ୍ରଭୁ ଜଗନ୍ନାଥ
ଭକ୍ତ କାନ୍ଦେ କଇଁକଇଁ
ଭକତ ଭାବରେ ବନ୍ଧା ହେ'ଠାକୁରେ
ଜଗତେ ପଡଇ ହୁରି
ନିସଙ୍ଗତା ଭରି ରଥଯିବ ଗଡି
ହୃଦୟ ହେଉଛି କୋରି
ରଥେ ଉପବିଷ୍ଟ ହେ'କଳା ଠାକୁର
କର କିଛି ପ୍ରତିକାର.
ରଥରୁ ନିକ୍ଷେପ କର ବଜ୍ରବାଣ
ସଂକ୍ରାମକ ହେଉ ଦୂର.
ପରିଭ୍ରମଣରେ ଆସିଛ ସରାଗେ
ରତ୍ନ ସିଂହାସନ ଛାଡି
ଦର୍ଶନାଭିଳାଷୀ ଉପେକ୍ଷିତ ଆଜି
ପ୍ରକମ୍ପିତ ହୁଏ ଛାତି
ଅଭିମାନ ଭରା ଏରଥ ଯାତରା
ହେଲାଣି ଦ୍ଵିତୀୟ ବାର.
ବାରଣ କରିଛ ଭକତଙ୍କୁ ସତ୍ୟ
ଶୁଭାଶିଷେ ଶୁଭଙ୍କର.
ରଥେ ରଥ ଯାତ୍ରା ରଥରେ ବହୁଡା
ସଂସ୍କୃତି ପରବ ପ୍ରୀତି
ମାଉସୀ ମା'ସ୍ନେହଁ ଅଭୁଲା ରହିବ
ମାନବୀୟ ଲୀଳା କୀର୍ତ୍ତି
ଭ୍ରାତାଭଗ୍ନୀ ସଙ୍ଗେ ବରଷକେ ଥରେ
ବଡ଼ଦାଣ୍ଡେ ଗଡେ ରଥ.
ଆଷାଢ଼ ଶୁକ୍ଳର ଏ'ମହା ପରଵ
ବିଶ୍ଵ ଦରବାରେ ଖ୍ୟାତ.
ଆହେ ଅନ୍ତର୍ଯ୍ୟାମୀ କଲ୍ୟାଣ ଦରଦୀ
ଭାବ ବିନୋଦିଆ ବନ୍ଧୁ
ରୋଗ ଶୋକ ଦୁଃଖ ଦୂରକର ପ୍ରଭୁ
ନୟନୁ ନଝରୁ ବିନ୍ଦୁ
