STORYMIRROR

Sadananda Sahoo

Classics Inspirational Others

4  

Sadananda Sahoo

Classics Inspirational Others

ରଥପଥ ମିତ ପ୍ରଭୁଜଗନ୍ନାଥ

ରଥପଥ ମିତ ପ୍ରଭୁଜଗନ୍ନାଥ

1 min
205

      ରଥପଥ ମିତ ପ୍ରଭୁ ଜଗନ୍ନାଥ


ରଥପଥ ମିତ ପ୍ରଭୁ ଜଗନ୍ନାଥ

   ଜଗତର ତ୍ରାଣକର୍ତ୍ତା  

ଆହେ ଲୀଳାମୟ ବିଗ୍ରହ ଠାକୁର

   ବିନାଭକ୍ତେ ରଥଯାତ୍ରା  

ଚତୁର୍ଦ୍ଧା ମୂରତୀ ଭୁଲିଲ କେମିତି

    ଭକତ ପ୍ରେମର ଛିଟା  

ଆହେ କୃପାସିନ୍ଧୁ ଝରେ ଲୁହବିନ୍ଦୁ

    ସମ୍ପର୍କେ ପଡିଛି ଭଟ୍ଟା  

ଅପୂର୍ବ ମିଳନ ପଡିଛି ମଳିନ

  ଛାର ମହାମାରୀ ପାଇଁ  

କେମିତି ସହୁଛ ପ୍ରଭୁ ଜଗନ୍ନାଥ

  ଭକ୍ତ କାନ୍ଦେ କଇଁକଇଁ  

ଭକତ ଭାବରେ ବନ୍ଧା ହେ'ଠାକୁରେ

   ଜଗତେ ପଡଇ ହୁରି  

ନିସଙ୍ଗତା ଭରି ରଥଯିବ ଗଡି

  ହୃଦୟ ହେଉଛି କୋରି 

ରଥେ ଉପବିଷ୍ଟ ହେ'କଳା ଠାକୁର

   କର କିଛି ପ୍ରତିକାର. 

ରଥରୁ ନିକ୍ଷେପ କର ବଜ୍ରବାଣ

   ସଂକ୍ରାମକ ହେଉ ଦୂର. 

ପରିଭ୍ରମଣରେ ଆସିଛ ସରାଗେ

   ରତ୍ନ ସିଂହାସନ ଛାଡି  

ଦର୍ଶନାଭିଳାଷୀ ଉପେକ୍ଷିତ ଆଜି

    ପ୍ରକମ୍ପିତ ହୁଏ ଛାତି  

ଅଭିମାନ ଭରା ଏରଥ ଯାତରା  

    ହେଲାଣି ଦ୍ଵିତୀୟ ବାର.

 ବାରଣ କରିଛ ଭକତଙ୍କୁ ସତ୍ୟ

    ଶୁଭାଶିଷେ  ଶୁଭଙ୍କର. 

ରଥେ ରଥ ଯାତ୍ରା ରଥରେ ବହୁଡା

    ସଂସ୍କୃତି ପରବ ପ୍ରୀତି 

ମାଉସୀ ମା'ସ୍ନେହଁ ଅଭୁଲା ରହିବ

    ମାନବୀୟ ଲୀଳା କୀର୍ତ୍ତି  

ଭ୍ରାତାଭଗ୍ନୀ ସଙ୍ଗେ ବରଷକେ ଥରେ

   ବଡ଼ଦାଣ୍ଡେ ଗଡେ ରଥ.

ଆଷାଢ଼ ଶୁକ୍ଳର ଏ'ମହା ପରଵ

   ବିଶ୍ଵ ଦରବାରେ ଖ୍ୟାତ.

ଆହେ ଅନ୍ତର୍ଯ୍ୟାମୀ କଲ୍ୟାଣ ଦରଦୀ

    ଭାବ ବିନୋଦିଆ ବନ୍ଧୁ  

ରୋଗ ଶୋକ ଦୁଃଖ ଦୂରକର ପ୍ରଭୁ

     ନୟନୁ ନଝରୁ ବିନ୍ଦୁ   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics