ରଥ ଯାତରl
ରଥ ଯାତରl
ଜଗନ୍ନାଥ ତୁମେ ଓହ୍ଲାଇ ଆସିଛ
ଆଜି ଶରଧା ବାଲିରେ
କୋଟି ଲୋକଙ୍କ ର କାଳିଆ ଠାକୁର
ବନ୍ଧା ସେତ ସରଧl ରେ । ( ୧ )
ବରଷକେ ଥରେ ଭକତ ସାଥିରେ
ଆସିଛି ମିଶିବା ପାଇଁ
ଏ ରଥ ଜାତରl ବାହାନରେ ପରା
ଯାଉଛ ଭକତେ ଛୁଇଁ । (୨)
ଭକତ ସାଥିରେ ମିଶୁ ତୁ କାଳିଆ
ଭକ୍ତ ସାଥିରେ ହସୁ
ଭକ୍ତଙ୍କ ହାତରେ ଟେକି ହୋଇ ଆସୁ
ଭକ୍ତ ନ୍କ ରଥରେ ବସୁ ।(୩)
ଭକ୍ତ ନ୍କ ର ଭାର ଉଠାଇ ଚାଲୁତୁ
ଘୋଡା ଚଢି, ଦହି ଖାଇ
ବନ୍ଧୁ ମହାନ୍ତି କୁ ଭାତ ଥାଳି ଦେଇ
ଦାସିଆ ନଡ଼ିଆ ନେଇ ।(୪)
ଭାଇ ଭଉଣୀ ଙ୍କୁ ସାଥିରେ ନେଇତୁ
ରତ୍ନ ସିଂହାସନ ଛାଡି
ବରଷ କୁ ଥରେ ଭକ୍ତଂକ ଭିତରେ
ରଥରେ ଆସୁ ବାହାରି ।(୫)