STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ରଥ ଯାତ ବଡ ଦାଣ୍ଡେ

ରଥ ଯାତ ବଡ ଦାଣ୍ଡେ

1 min
229


ଆଷାଢ଼ ମାସ ଶୁକ୍ଳ

ଦଶମୀ ତିଥି ବଡ଼ଦାଣ୍ଡେ

ତିନି ରଥ ଗଡି ଚାଲିଛି

ମେଘ ର ପଣତ କାନିରୁ

 ହୁଅଇ ପୁଷ୍ପ ବୃଷ୍ଟି

ଜୁଇ ଯାଇ ମାଳତୀ

ମଲ୍ଲୀ ଦେଉଛନ୍ତି ଆଲଟ

  ବିଞ୍ଚି

ମହୋଦଧି ଗାଇଉଠେ

 ସ୍ବାଗତ ଗୀତି

ଘଣ୍ଟ ଘଣ୍ଟି ତୂରୀ ଭେରୀ

ନାଦରେ ମେଦିନି ଉଠେ

   ଗୁଞ୍ଜରୀ

   ଯାଉଛି

ଚମ୍ପା ତମାଳ ସୁଗନ୍ଧ ବାଣ୍ଟଇ

ତିନି ରଥରେ ପିତ ଲୋହିତ

କଳା ରଙ୍ଗେ ସୁଶୋଭିତ

  ହୋଇଛି

 ଦେଵ ଅଙ୍ଗ ଲାଗି ଖଣ୍ତୁଆ ପାଟ

କହୁଛି ମୁଁ ଆଜି ଧନ୍ୟ ହୋଇଛି

ଅଲଟ ପାରା ରଙ୍ଗେ ରଙ୍ଗିତ

 ହୋଇ ଗୁମୁରି ଯାଉଛି

ତିନି ରଥର ଚକର ଘୂର୍ଣ୍ଣିନ

ବଡ ଦାଣ୍ଡ ର ଧୂଳି ମୁରୁକି

  ହସୁଛି

କହୁଛି ଦେଖ ଆଜି ମୋର

ସର୍ବାଙ୍ଗ ପବିତ୍ର ହୋଇଛି

ରଥା ରୂଢ ଆରାଧ୍ୟ ଦେବଙ୍କ

  ମୁଁ ସାଥି ସାଜିଛି

ସବୁ କିଛି ଦୃଶ୍ୟ ମୋ

  ନୟନେ ଦେଖୁଛି

ଚର୍ମ ଚକ୍ଷୁ ମୋର ନାହିଁ

ତଥାପି ସବୁ ଅନୁଭବରେ

ମୋ ଦେହେ ସାଇତି ରଖୁଛି

ଗର୍ବର ସହ କହୁଛି ମୁହିଁ

 ରଥ ଯାତ ଦେଖୁଛି


   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational